କନକ ବ୍ୟୁରୋ: ଚୀନ୍ ସହିତ ସୀମା ବିବାଦର ଖବର ଭିତରେ ଏବେ ପାକିସ୍ତାନ ଭାରତ ଆକାଶରେ ଗୁଇନ୍ଦାଗିରି କରିବାକୁ ଉଦ୍ୟମ କରିଛି । ଭାରତ ଆକାଶରେ ଦେଖିବାକୁ ମିଳିଛି ପାକିସ୍ତାନୀ ଡ୍ରୋନ୍ । ଜମ୍ମୁକାଶ୍ମୀର କାଠୁଆ ଜିଲ୍ଲାର ଅନ୍ତରାଷ୍ଟ୍ରୀୟ ସୀମାରେ ଏକ ପାକିସ୍ତାନୀ ଡ୍ରୋନକୁ ଗୁଳି ମାରି ଖସାଇ ଦେଇଛନ୍ତି ଭାରତୀୟ ଯବାନ । କାଠୁଆ ସେକ୍ଟରର ହିରାନଗରରେ ଏହି ଡ୍ରୋନ ଉଡୁଥିବାର ଦେଖିବାକୁ ମିଳିବା ପରେ ପଦ କ୍ଷେପ ନେଇଥିଲା ବିଏସଏଫର ପାଟ୍ରୋଲିଙ୍ଗ ଟିମ ।
Looking at the kind of weapons that have been recovered, it seems whoever is responsible for this was trying to create a major incident. There is no doubt the drone came from Pakistan: NS Jamwal, Inspector General, Border Security Force (Jammu Frontier) https://t.co/GP0wTMvGCUpic.twitter.com/rSlwJ4WnBq
— ANI (@ANI) June 20, 2020
ଫଳରେ ଡ୍ରୋନଟି କ୍ଷେତ ଭିତରେ ଖସିପଡିଛି । ଏହାପରେ ଯେତେବେଳେ ବିଏସଏଫ ପକ୍ଷରୁ ଏହାର ଯାଂଚ କରାଗଲା ସେଥିରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ସେନା ପକ୍ଷରୁ କୁହାଯାଇଛି । ଆଜି ସକାଳ ପ୍ରାୟ ୫ଟା ୧୦ ମିନିଟ ସମୟରେ ରଥୁଆ ଅଂଚଳରେ ଏହି ଡ୍ରୋନଟି ଉଡୁଥିଲା । ଭାରତୀୟ ସେନାର ଉପସ୍ଥିତି ଜାଣିବା ପାଇଁ ପାକିସ୍ତାନୀ ସେନା ଏହି ଡ୍ରୋନର ବ୍ୟବହାର କରିଥାନ୍ତି । ଆଉ ହୀରାନଗର ସେକ୍ଟରରେ ସବୁବେଳେ ଆତଙ୍କବାଦୀ ଅନୁପ୍ରବେଶ କରିଥାନ୍ତି ।