କାଲିମେଳାରୁ ବିପୁଳ ପରିମାଣର ବିସ୍ଫୋରକ ଜବତ : ୭୬ ବାଟାଲିୟନ ବିଏସଏଫ ଯବାନଙ୍କ ଦ୍ୱାରା ପାହାଡ଼ ଖୋଲରୁ ମିଳିଲା ବିସ୍ଫୋରକ

ଯବାନଙ୍କୁ ଟାର୍ଗେଟ କରି ନକ୍ସଲ ବିସ୍ଫୋରକ ଲୁଚାଇଥିବା ସନ୍ଦେହ

81

କନକ ବ୍ୟୁରୋ : କାଲିମେଳାରୁ ବିପୁଳ ପରିମାଣର ବିସ୍ଫୋରକ ଜବତ । ୭୬ ବାଟାଲିୟନ ବିଏସଏଫ ଯବାନଙ୍କ ଦ୍ୱାରା ମରିଗେତା ଜଙ୍ଗଲର ଏକ ପାହାଡ଼ ଖୋଲରୁ ଏହି ବିସ୍ଫୋରକ ଜବତ କରାଯାଇଛି । ଯବାନଙ୍କୁ ଟାର୍ଗେଟ କରି ପାହାଡ଼ ଖୋଲରେ ନକ୍ସଲ ବିସ୍ଫୋରକ ଲୁଚାଇଥିବା ସନ୍ଦେହ କରାଯାଉଛି । ବିସ୍ଫୋରକ ମଧ୍ୟରେ ଅଛି ବିପୁଳ ପରିମାଣର ଜିଲୋଟିନ ଷ୍ଟ୍ରିକ, ଡିଟୋନେଟର ଓ ତାର । ନକ୍ସଲ ଏହି ବିସ୍ଫୋରକକୁ ବ୍ୟବହାର କରି ଯବାନଙ୍କୁ ଏବଂ ପୁଲିସକୁ ଟାର୍ଗେଟ କରିଥାନ୍ତେ । ତେବେ ବିଏସଏଫ ଯବାନଙ୍କ ଏହି ସଫଳତା ପରେ ଏକ ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିବା କୁହାଯାଇଛି ।

ଓଡିଶା ଛତିଶଗଡ ବଡର ଅଂଚଳରେ ନକ୍ସଲ ଏଭଳି ବ୍ୟାପକ ବିସ୍ଫୋରକଗୁଡିକ ଲୁଚାଇ ରଖିଥିବା ଅନୁମାନ । ପୂର୍ବରୁ ମାଲକାନଗିରି ପୁଲିସ ସ୍ବାଭିମାନ ଅଂଚଳକୁ ଲାଗି ରହିଥିବା ଜଂଗଲରୁ ବ୍ୟାପକ ବିସ୍ଫୋରକ ସହ ମାଓ ସାମଗ୍ରୀ ଜବତ କରିସାରିଛନ୍ତି । ତେବେ ନକ୍ସଲଙ୍କ ଯୋଜନା ପଣ୍ଡ ହୋଇଥିବାରୁ ସାଧାରଣରେ ପ୍ରଶଂସା କରାଯାଇଛି ।