କନକ ବ୍ୟୁରୋ : ମାଓବାଦୀଙ୍କ ବନ୍ଧୁକ କାରଖାନାରେ ଚଢାଉ କରିଛି ବିଏସଏଫ। ଜବତ ହୋଇଛି ୬ ଦେଶୀ ବନ୍ଧୁକ ଓ ଅନ୍ୟାନ୍ୟ ସାମଗ୍ରୀ। ଏହା ସହ ବୋମା ତିଆରିରେ ବ୍ୟବହୃତ ସାମଗ୍ରୀ ବି ଜବତ ହୋଇଛି। କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅଧିନସ୍ଥ ରାଲିଗଡ ପଞ୍ଚାୟତରେ ଥିବା ବରହାଭଲସା ଓ ଚିଦାମାମିଦି ଗାଁରେ ଚଢାଉ କରିବା ପରେ ଏଭଳି ସରଞ୍ଜାମ ପାଇଛି ବିଏସଏଫ। ମାଓବାଦୀଙ୍କ ଏଭଳି ଛୋଟ କାରଖାନା ସମ୍ପର୍କରେ ବିଏସଏଫର ଗୁଇନ୍ଦା ଶାଖାରୁ ସୂଚନା ପାଇବା ପରେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ସୀମାର ଘଞ୍ଚ ଜଙ୍ଗଲ ଭିତରେ ଥିବା ଦୁଇଟି ଗାଁ ଭିତରେ ଯାଞ୍ଚ କରିଥିଲେ ବିଏସଏଫ ବାହିନୀ। ଏହି ସମୟରେ ମାଓବାଦୀଙ୍କ ବନ୍ଧୁକ ତିଆରି କାରଖାନା ଉପରେ ପଡିଥିଲା ନଜର। ସଙ୍ଗେ ସଙ୍ଗେ ସବୁ ସାମଗ୍ରୀକୁ ଜବତ କରାଯାଇଥିଲା। ଜଙ୍ଗଲ ଭିତରେ ଏଭଳି କାରଖାନାର ସନ୍ଧାନ ମିଳିବା ପରେ ଅନୁମାନ କରାଯାଉଛି ଯେ, ମାଓବାଦୀ କିଛି ବଡ ଯୋଜନା କରିବାକୁ ଯାଉଥିଲେ, ସେଥିପାଇଁ ଏହିସବୁ ଲୁଚାଇ ରଖିଥିଲେ। ବିଏସଏଫ ସ୍ପେଶାଲ ଅପରେସନ ଆଇଜି କେ ସି ଜଟଙ୍କ ନିର୍ଦ୍ଦେଶରେ ହୋଇଥିଲା ଏହି ଅପରେସନ। ସିଓବି ରେଲିଗଡା ୬୫ ବାଟାଲିୟନର ଅଧିକାରୀ ଓ ଜବାନ ଏହି ଅପରେସନରେ ସାମିଲ ହୋଇଥିଲେ।
ମାଓବାଦୀଙ୍କ ବନ୍ଧୁକ କାରଖାନା ଉପରେ ବିଏସଏଫର ଚଢାଉ । ୬ ଦେଶୀ ବନ୍ଧୁକ ସହ ଅନେକ ମାଓ ସାମଗ୍ରୀ ଜବତ
/kanak/media/post_attachments/wp-content/uploads/2024/07/Screen-Shot-2024-07-13-at-10.09.51-AM.png)