କନକ ବ୍ୟୁରୋ : ଆଫଗାନିସ୍ତାନରେ ତାଲିବାନମାନଙ୍କ ସହ ଯୋଗ ଦେବା ଲାଗି କେତେକ ଉଗ୍ରବାଦୀ ବାଂଲାଦେଶୀ ଯୁବକ ଗୁପ୍ତରେ ଭାରତ ବାଟେ ଯିବାକୁ ଉଦ୍ୟମ କରୁଥିବା କଥା ଢାକା ପୁଲିସ କମିସନର୍ ଘୋଷଣା କରିବା ପରେ ଭାରତ-ବାଂଲାଦେଶ ସୀମାନ୍ତରେ ଥିବା ‘ବିଏସଏଫ୍’ ଯବାନମାନେ ସତର୍କ ହୋଇ ଉଠିଛନ୍ତି।ଢାକାର ପୁଲିସ କମିସନର୍ ଶଫିକୁଲ୍ ଇସଲାମ୍ କହିଛନ୍ତି, କୌଶଣସି ପ୍ରକାରେ ଏହି ଯୁବକମାନେ ଆଫଗାନିସ୍ତାନରେ ପହଞ୍ଚିବାକୁ ଉଦ୍ୟମ କରୁଛନ୍ତି। ସୂଚନା ମିଳି ନ ଥିବାରୁ ସେମାନଙ୍କର ପ୍ରକୃତ ସଂଖ୍ୟା ଆମେ ଜାଣିନାହୁଁ।
ଏଥିରେ ପ୍ରତିକ୍ରିୟା ବ୍ୟକ୍ତ କରି ‘ବିଏସଏଫ୍ ସାଉଥ୍ ବେଙ୍ଗଲ୍ ଫ୍ରଣ୍ଟିୟର୍’ର ‘ଡିଆଇଜି’ ଏସଏସ୍ ଗୁଲେରିଆ କହିଛନ୍ତି, ଆମ ସେନା ସତର୍କ ରହିଛି। ତାଲିବାନରେ ଯୋଗ ଦେବା ଲାଗି କୌଣସି ଯୁବକ ଗୁପ୍ତରେ ଭାରତ ପ୍ରବେଶ କରିଥିବା କାରଣରୁ ଆମେ କାହାରିକୁ ଗିରଫ କରିନାହୁଁ। ସେ ଆହୁରି ମଧ୍ୟ କହିଛନ୍ତି, ତାଲିବାନମାନେ ଆଫଗାନିସ୍ତାନ ଦଖଲ କରିଥିବାରୁ ଦେଶରେ ଥିବା ଅଳ୍ପ କେତେକ ଉଗ୍ରପନ୍ଥୀ ଅତିଶୟ ଚଳଚଞ୍ଚଳ ହୋଇପଡ଼ିଥିବା କଥା ବାଂଲାଦେଶ ତା’ର ଭାରତୀୟ ପ୍ରତିପକ୍ଷଙ୍କୁ ସୂଚନା ଦେଇ ସାରିଛି।
ବାଂଲାଦେଶୀ ଯୁବକମାନେ ସେମାନଙ୍କ ସହ ଯୋଗ ଦିଅନ୍ତୁ ବୋଲି ତାଲିବାନ ମଧ୍ୟ କୁଆଡ଼େ ବାଂଲାଦେଶୀ ଯୁବବର୍ଗଙ୍କୁ କହିଛନ୍ତି। ଆଫଗାନିସ୍ତାନର ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରହିଥିବା କଥା ବାଂଲାଦେଶର ବୈଦେଶିକ ମନ୍ତ୍ରୀ କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/555.jpg)