କନକ ବ୍ୟୁରୋ : ଓଡିଶାରୁ ଜମ୍ମୁ ଯିବେ ବିଏସଏଫ ଯବାନ । ପାକିସ୍ଥାନ ସୀମାରେ ଗତ କିଛି ଦିନ ଧରି ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଆତଙ୍କବାଦୀଙ୍କ ଅନୁପ୍ରବେଶ ବୃଦ୍ଧି ପାଇ ଥିବାରୁ ଏପରି ନିଷ୍ପତ୍ତି ନେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଓଡିଶାରେ ମାଓ ଦମନ କ୍ଷେତ୍ରରେ ଗୁରୁତ୍ୱପୁର୍ଣ ଭୁମିକା ନିର୍ବାହ କରି ଥିବା ବିଏସଏଫ ଯବାନଙ୍କ ସ୍ଥାନାନ୍ତର ପରେ ପୁଣି ମାଲକାନଗିରି ଓ କୋରାପୁଟ ଅଂଚଳରେ ମାଓ ସମସ୍ୟା ମୁଣ୍ଡ ଟେକିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । କାରଣ ଓଡିଶା ସୀମାବର୍ତ୍ତୀ ଛତିଶଗଡରେ ଏବେବି ମାଓବାଦୀ ସକ୍ରିୟ ରହିଛନ୍ତି ।
ସୀମାକୁ ଫେରିବେ ବିଏସଏଫ ଯବାନ
ଏବେ ମାଲକାନଗିରି ଓ କୋରାପୁଟରୁ ସ୍ଥାନାନ୍ତରିତ ହେବ ୨ ବାଟାଲିୟନ ବିଏସଏଫ ଯବାନ । ଜଳ, ସ୍ଥଳ, ଆକାଶ । ଲାଲଗଡର ପ୍ରତିଟି କୋଣ ଅନୁକୋଣରେ ଥିଲା ବିଏସଏଫ ଯବାନଙ୍କ ନଜର । ଦିନ ଥିଲା ମାଲକାନଗିରି ଜିଲ୍ଲାରେ ସମାନ୍ତରାଳ ଶାସନ କରୁ ଥିଲେ ଲାଲବାହୀନି । ତେବେ ୨୦୧୦ ମସିହାରେ ପ୍ରଥମ ଥର କରି ମାଲକାନଗିରି ଜିଲ୍ଲାର ଅତି ମାଓ ପ୍ରବଣ ଅଂଚଳରେ ମୁତୟନ ହୋଇ ଥିଲେ ସୀମା ସୁରକ୍ଷା ବାହୀନି । ଧିରେ ଧିରେ ଆନ୍ଧ୍ର ଓଡିଶା ସୀମା ସହ ଓଡିଶା ଛତିଶଗଡ ସୀମାକୁ ନିଜ କବଜା କୁ ନେଇ ଥିଲେ ବିଏସଏଫର ଏହି ବୀର ଯବାନ ।
ଗୁରୁପ୍ରୀୟା ସେତୁ ନିର୍ମାଣ ପଛର ନାୟକ
ସ୍ୱାଭିମାନ ଅଂଚଳ ଠାରୁ ଆରମ୍ଭ କରି ତୁଳସୀ ପାହାଡ, ମୋଟୁ ଠାରୁ ଆରମ୍ଭ କରି ଗୋବିନ୍ଦପାଲି ଯାଏଁ, ପ୍ରତିଟି ସମ୍ବେଦନଶୀଳ ଇଲାକାରେ ବିଏସଏଫ ଯବାନଙ୍କ ଉପସ୍ଥିତି ଥିଲା । ଗୁରୁପ୍ରୀୟା ସେତୁ ନୁର୍ମାଣ ଲାଗି ଅନେକ ବିଏସଏଫ ଯବାନ ପ୍ରାଣ ବଳି ମଧ୍ୟ ଦେଇଛନ୍ତି । ତେବେ ଭାରତ ପାକ ସୀମା ରେ ଗତ କିଛି ଦିନ ଧରି ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ଏବେ ମାଲକାନଗିରିରୁ ଗୋଟିଏ ଓ କୋରାପୁଟରୁ ଗୋଟିଏ ବାଟାଲିୟନ, ଅର୍ଥାତ ପ୍ରାୟ ୨ ହଜାର ବିଏସଫ୍ ଯବାନ ଙ୍କୁ ଜମ୍ମୁ ପୁଞ୍ଝ ଜିଲ୍ଲାର ରାଜୌରି ସେକ୍ଟରକୁ ମୁତୟନ ହବା ନେଇ ସ୍ଥିର ହୋଇଛି ।
୨୨୮୯ କିଲୋମିଟର ଲମ୍ବ ଅନ୍ତର୍ଜାତୀୟ ସୀମା ।
ଭାରତର ପ୍ରଥମ ଲାଇନ ଅଫ୍ ଡିଫେନ୍ସ ।
ଜମ୍ମୁ ଠାରୁ ଆରମ୍ଭ କରି ପଞ୍ଜାବ, ରାଜସ୍ଥାନ, ଗୁଜରାଟ ସହ ପୁର୍ବୋତ୍ତର ଯାଏଁ ଲମ୍ବି ଥିବା ଅନ୍ତର୍ଜାତୀୟ ସୀମାକୁ ସୁରକ୍ଷା ଯୋଗାଇ ଆସୁଛନ୍ତି ବିଏସଏଫ ଯବାନ । ଓଡିଶା ମାଓ ଦମନରେ ସଫଳାତା ପରେ ଦୁଇଟି ବାଟାଲିୟନ କୁ ଅତି ମାଓ ପ୍ରବଣ ଛତିଶଗଡ ସ୍ଥାନାନ୍ତରିତ ହବା ନେଇ ସ୍ଥିର ହୋଇ ଥିଲା । ତେବେ ନିର୍ବାଚନ କାର୍ଜ୍ୟ ରେ ବହୁ ବିଏସଏଫ ଯବାନଙ୍କ ମୁତୟନ ଯୋଗୁ ସୀମା ରେ ଆତଙ୍କବାଦୀ ଅନୁପ୍ରବେଶ ବଢି ଥିବାରୁ ଛତିଶଗଡ ପରିବର୍ତେ ଜମ୍ମୁ କାଶ୍ମୀର ଲାଇନ୍ ଅଫ କଣ୍ଟ୍ରୋଲ ରେ ଓଡିଶାରୁ ୨୦୦୦ ଯବାନଙ୍କୁ ପଢାଇବା ଲାଗି ସ୍ଥିର କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।