ବିଏସଏଫର ବୋଲବମ୍ ସେବା। ରାସ୍ତାରେ ତମ୍ବୁ ଟାଣି ଥକି ପଡ଼ିଥିବା କାଉଡ଼ିଆଙ୍କ ଗୋଡ ମାଲିସ୍ କରୁଛନ୍ତି ଯବାନ

133

କନକ ବ୍ୟୁରୋ: ବିଏସଏଫ ଯବାନଙ୍କ ନିଆରା ସେବା । ଗୁପ୍ତେଶ୍ୱର ପୀଠରେ ଜଳାଭିଷେକ ପାଇଁ ଦୁରଦୁରାନ୍ତରୁ ଆସିଥିବା କାଉଡ଼ିଆ ମାନଙ୍କ ସେବା କରୁଛନ୍ତି ବିଏସଏଫ ଯବାନ । ରାସ୍ତାରେ ତମ୍ବୁ ଟାଣି ଥକି ପଡ଼ିଥିବା କାଉଡ଼ିଆ ମାନଙ୍କ ଗୋଡ଼ ମାଲିସ କରୁଥିବାର ଚିତ୍ର ମଧ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ନକ୍ସଲ ଦମନ ପାଇଁ କୋରାପୁଟ ଜିଲ୍ଳାର ରାମଗିରିଠାରେ ମୁତୟନ ହୋଇଥିବା ବିଏସଏଫ ୧୩ ବାଟାଲିୟନର ଯବାନ ମାନେ ବୋଲବମ୍ ଭକ୍ତଙ୍କୁ ସେବା ଯୋଗାଇ ଦେଇଛନ୍ତି । ଶ୍ରାବଣ ସୋମବାରରେ ପାଣିଭାର ନେଇ ଆଘାତ ହୋଇଥିବା କାଉଡ଼ିଆ ଓ ଜନ ସାଧାରଣଙ୍କ ଚିକିତ୍ସା କରିବାରେ ଆଗେଇ ଆସିଛନ୍ତି ।

ନିଜର ଡ଼୍ୟୁଟି କରିବା ସହ ବୋଲବମ୍ ଭକ୍ତଙ୍କ ସେବା କରିଛନ୍ତି ବିଏସଏଫ ଯବାନ । ଚିକିତ୍ସା ପରେ ସେମାନଙ୍କୁ ଚା’ ଓ ଥଣ୍ଡା ପାନୀୟ ଦେଇ ଯାତ୍ରା ସଫଳ ପାଇଁ ମନସ୍କାମନା କରୁଛନ୍ତି । ଜଙ୍ଗଲ ଭିତରେ ଏପରି ସୁବିଧା ପାଇଁ ବୋଲବମ୍ ଭକ୍ତ ନିଜକୁ ଗର୍ବିତ ବୋଲି କହିଛନ୍ତି ।