ପାଠ ପଢ଼ାଇଲେ ବିଏସଏଫ୍ କମାଣ୍ଡର । ଉଚିତ୍ ମାର୍ଗରେ ଯିବା ପାଇଁ ଜୟପୁର ମହିଳା କଲେଜରେ ଛାତ୍ରୀମାନଙ୍କୁ ଦେଲେ ପରାମର୍ଶ

ପାଠ ପଢ଼ାଇଲେ ବିଏସଏଫ୍ କମାଣ୍ଡର । ଉଚିତ୍ ମାର୍ଗରେ ଯିବା ପାଇଁ ଜୟପୁର ମହିଳା କଲେଜରେ ଛାତ୍ରୀମାନଙ୍କୁ ଦେଲେ ପରାମର୍ଶ

କନକ ବ୍ୟୁରୋ: କ୍ଳାସ ରୁମରେ ଭାରତୀୟ ସେନା । ଯବାନ ପଢ଼ାଇଲେ ପାଠ । କ୍ଳାସ ରୁମ ଭିତରେ ସେନା, ଶିକ୍ଷକଙ୍କ ସ୍ଥାନରେ ସେନା ଅଧିକାରୀ । ହାତରେ ବହି ଧରି କ୍ଳାସ ରୁମ ପୁରା ଫୁଲ, କ୍ଳାସ ରୁମ ର ବେଚଂରେ ଛାତ୍ରୀ ଓ ଅଧ୍ୟାପିକା । ଏଭଳି ଚିତ୍ର ସାମ୍ନାକୁ ଆସିଛି ଜୟପୁର ସ୍ଥିତ ସରକାରୀ ମହାବିଦ୍ୟାଳୟରେ ।

publive-image

ସବୁ ଦିନ ପରି କଲେଜରେ କ୍ଳାସ ଚାଲିଥିଲା । ହଠାତ ଆର୍ମି ଡ଼୍ରେସରେ କଲେଜରେ ପହଚିଂଥିଲେ ସେନାର ଏକ ଟିମ୍ । କେତେକଙ୍କ ହାତରେ ବନ୍ଧୁକ ଆଉ କିଛି ଯବାନ ଧରିଥିଲେ ପେନ ଓ ପ୍ଳାଏ କାର୍ଡ଼ । କ୍ଳାସ ରୁମରେ ପହଚିଂ ହାତରେ ଧରିଥିବା ପୋଷ୍ଟର ଟଙ୍ଗାଇ ଆରମ୍ଭ କରିଥିଲେ ଛାତ୍ରୀଙ୍କ ସହ ପରିଚୟର ଆଦାନ ପ୍ରଦାନ । ପାଠ ପଢ଼଼ା ସାରି ଭବିଷ୍ୟତ ଗଢିବା ପାଇଁ ଦେଶ ସେବାରେ ଆଗେଇ ଆସବାକୁ ଯବାନ ନିବେଦନ କରିଛନ୍ତି ।

publive-image

ପଛୁଆ ଅଚଂଳର ଝିଅମାନେ କିପରି ସେନାରେ ଭର୍ତି ହୋଇପାରେବ ସେ ନେଇ ଗୁରୁମନ୍ତ୍ର ଦେଇଥିଲେ ଭାରତୀୟ ଯବାନ । ଶ୍ରେଣୀ ଗୃହରେ ସେନାକୁ ଦେଖି ଯେତିକି ଆଶ୍ଚର୍ଯ୍ୟ ସେତିକି ଗର୍ବିତ ହୋଇଛନ୍ତି ଛାତ୍ରୀ । ଏଥିସହ ସେନାଙ୍କ ବିଷୟରେ ବହୁତ କିଛି ଜାଣି ହେଲା ବୋଲି କହିଛନ୍ତି କଲେଜ ଛାତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe