Indiatimes.com
ସୋସିଆଲ ମିଡିଆରେ ନିମିଷକେ କିଛି ଭିଡିଓ ଭାଇରାଲ ହୋଇଯିବା କିଛି ନୂଆ ନୁହେଁ । ପୂର୍ବରୁ ଏଭଳି ଅନେକ ଘଟଣା ଘଟି ସାରିଛି । ଲୋକମାନେ ସୋସିଆଲ ମିଡିଆ ପାଇଁ ହିଁ ଘରେ ଘରେ ପରିଚିତ ହୋଇ ପାରିଛନ୍ତି । ଏବେ ସେଭଳି ଏକ ଭିଡିଓ ଜଣେ ବିଏସ୍ଏଫ୍ ଯବାନଙ୍କୁ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ବନାଇଛି । ଭାଇରାଲ ହେଉଥିବା ଭିଡିଓରେ ଜଣେ ବିଏସ୍ଏଫ ଯବାନଙ୍କୁ ଆରାମ ପାଇଁ ଥିବା କୋଟରିରେ ବସି ଗୀତ ଗାଉଥିବାର ଦେଖା ଯାଇଛି ।
ଯବାନ ଜଣଙ୍କ ‘ସନ୍ଦେଶେ ଆତେଁ ହେ’ ଗୀତ ଗାଉଥିବା ସହ ତାଙ୍କ ସାଥୀମାନେ ତାଳି ମାରୁଥିବା ଦେଖା ଯାଇଛି । ସମସ୍ତେ ଯବାନଙ୍କ ଗୀତକୁ ଉପଭୋଗ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଭିଡିଓଟି ଭାଇରାଲ ହେବା ପରେ କିଏ ଯବାନଙ୍କୁ ତାଙ୍କ ଗୀତ ଗାଇବାର ଶୈଳୀ ପାଇଁ ତାଙ୍କୁ ସଲାମ କରିଛି ତ କିଏ ସିଙ୍ଗିଙ୍ଗ୍ ରିୟାଲିଟି ସୋ’ର ପ୍ରତିଯୋଗୀଙ୍କ ସହ ତୁଳନା କରିଛି ।
Follow Us