ସିପାହୀରୁ ସଭିଲ୍ ସର୍ଭିସ୍ । ୪ଥର ଫେଲ୍ ପରେ ପଞ୍ଚମ ପ୍ରୟାସରେ ଆଇଏଏସ୍ ବନିଲେ ବିଏସଏଫ୍ ଯବାନ ।

Advertisment
ସିପାହୀରୁ ସଭିଲ୍ ସର୍ଭିସ୍ । ୪ଥର ଫେଲ୍ ପରେ ପଞ୍ଚମ ପ୍ରୟାସରେ ଆଇଏଏସ୍ ବନିଲେ ବିଏସଏଫ୍ ଯବାନ ।

କନକ ବ୍ୟୁରୋ: ଯଦି କିଛି ପାଇବାକୁ ଆପଣଙ୍କ ପାଖରେ ନିଷ୍ଠାପରତା ଓ ଜୋଶ୍ ଥିବ ତେବେ ସେହି ଜୋଶ୍ ହିଁ ଆପଣଙ୍କ ସଫଳତାର ଚାବିକାଠି ପାଲଟିବ । ଦେଶସେବା କରିବାକୁ କେବଳ ଯେ ସୀମାରେ ରହିବା ଜରୁରୀ ତାହା ନୁହେଁ ବରଂ ଅନେକ ଜରିଆରେ ଦେଶବାସୀଙ୍କ ପାଇଁ ସେବା କରିପାରିବେ । ଏଭଳି କିଛି ବାର୍ତ୍ତାଦେବା ପାଇଁ ବିଏସଏଫ୍ ଯବାନରୁ ଆଇଏଏସ୍ ହୋଇଛନ୍ତି  ହରପ୍ରୀତ୍ ସିଂ । ୪ ଥର ବିଫଳ ହେବାପରେ ୫ ଥର ପାଇଁ ସିଭିଲ୍ ସର୍ଭିସ୍ ପରୀକ୍ଷା ଦେଇ ଏହି ସଫଳତା ପାଇଛନ୍ତି ହରପ୍ରୀତ ।

publive-imageପଞ୍ଜାବ ଲୁଧିଆନାରେ ହରପ୍ରୀତ ରହୁଥିବାବେଳେ ଇଲେକ୍ଟ୍ରୋନିକ୍ସରେ ଇଂଜିନିୟରିଂ ସମ୍ପୂର୍ଣ୍ଣ କରିଛନ୍ତି ହରପ୍ରୀତ । ଦିନକୁ ଦିନକୁ ଅଧିକରୁ ଅଧିକ ପରିଶ୍ରମ କରି ଏଥର ସିଭିଲ ସର୍ଭିସ ପରୀକ୍ଷାରେ ବାଜିମାତ କରିଛନ୍ତି । ନିଜର ୫ମ ପ୍ରୟାସରେ ସେ ଶ୍ରେଷ୍ଠ ୨୦ ତମ ସ୍ଥାନ ହାସଲ କରିଛନ୍ତି । ଏନେଇ ହରପ୍ରୀତ ସିଂହ କୁହନ୍ତି ଯେ, ୨୦୧୬ ମସିହାରେ ତାଙ୍କର ବିଏସଏଫରେ ଚୟନ ହୋଇଥିଲା କିନ୍ତୁ ତା’ପର ବର୍ଷ ସେ ଚାକିରି ଛାଡି ଆଇଏଏସ ପାଇବାର ସ୍ୱପ୍ନ ଦେଖିଥିଲେ ।

publive-imageସବୁଠାରୁ ବଡ଼କଥା ହେଲା କି, ଯେତେବେଳେ ସେ ବିଏସଏଫରେ ଯୋଗ ଦେଇଥିଲେ ତାଙ୍କୁ ଭାରତ-ବାଂଲାଦେଶ ସୀମାରେ ମୁତୟନ କରାଯାଇଥିଲା । ପରେ ଚାକିରି କରିବା ସମୟରେ ବ୍ୟସ୍ତ ରହୁଥିଲେ ବି ପ୍ରତିଦିନ ସମୟ ବାହାର କରି ପାଠ ପଢୁଥିଲେ ହରପ୍ରୀତ। ତେବେ ସେ ମହୀଶୂର ସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀରେ ତାଲିମ ବର୍ତ୍ତମାନ ତାଲିମ ନେବେ ଏବଂ ଏହାପରେ ଆଇଏଏସ ଭାବେ କାର‌୍ୟ୍ୟ ଗ୍ରହଣ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe