ଭାରତ ପାକିସ୍ତାନ ସୀମାରେ ଦୁଇ ପକ୍ଷଙ୍କ ମଧ୍ୟରେ ଗୁଳିବିନିୟମ ହେବା ଏକ ସାଧାରଣ କଥା । କିନ୍ତୁ ବାଂଲା ସୀମାରେ ଗୁଳିବିନିମୟ ହେବା ବିରଳ । କିନ୍ତୁ ଆଜି ଏପରି ଏକ ଦୁର୍ଭାଗ୍ୟଜଗକ ଘଟଣା ଘଟିଛି । ବାଂଲାଦେଶର ସୀମା ସୁରକ୍ଷା ବାହିନୀ ବର୍ଡର ଗାର୍ଡ ବାଂଲାଦେଶ (ବିଜିବି) ଗୁଳିରେ ଭାରତର ସୀମା ସୁରକ୍ଷା ବାହିନୀ(ବିଏସଏଫ)ର ଜଣେ ଯବାନ ସହିଦ ହୋଇଛନ୍ତି । ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି ।
ସହିଦ ଯବାନଙ୍କ ନାଁ ହେଉଛି ହେଡ କନଷ୍ଟେବଳ ବିଜୟ ଭାନ ସିଂ । ତାଙ୍କୁ ଗୁଳି କରିଥିବା ବିଜିବି ଯବାନଙ୍କ ନାଁ ହେଉଛି ସୟଦ । ମିଳିଥିବା ସୂଚନା ମୁତାବକ ଏହି ବିଜିବି ଦ୍ୱାରା ଗିରଫ ହୋଇଥିବା ୩ ଜଣ ଭାରତୀୟ ମତ୍ସଜୀବିଙ୍କୁ ମୁକ୍ତ କରିବା ଲାଗି ଡକାଯାଇଥିବା ଏକ ଫ୍ଲାଗ ମିଟିଂରୁ ଫେରୁଥିଲେ ବିଏସଏଫର ଏକ ୬ ଜଣିଆ ଦଳ । ପଛରୁ ହିଁ ବିଜିବି ଯବାନ ଗୁଳି କରିବାରୁ ଘଟଣା ସ୍ଥଳରେ ବିଜୟଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ସଂପର୍କରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସୂଚନା ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/1519063216-6415.jpg)