ଦେଶ ସୀମାରେ ପ୍ରତିଦିନ ଡ୍ରଗ୍ସ ତଥା ଅନ୍ୟ ନିଶାର ବ୍ୟବସାୟ ହୋଇଥାଏ । ପଞ୍ଜାବ,ରାଜସ୍ଥାନ , ଜମ୍ମୁ ଏବଂ କାଶ୍ମୀର ଭଳି ସ୍ଥାନରେ ଏହି କାରବାର ଅଧିକ ହୋଇଥାଏ । ନିକଟରେ ପୋଲିସ୍ ଏବଂ ବିଏସଏଫ୍ ଜମ୍ମୁ ଏବଂ କାଶ୍ମୀରରୁ ଆସୁଥିବା ଡ୍ରଗ୍ସ ବୁହାହୋଇ ଆସୁଥିବା ଏକ ଟ୍ରକ୍ କୁ ଧରିବାରେ ସଫଳ ହୋଇଛନ୍ତି । ଏହି ଟ୍ରକରୁ ୨୦୦ କୋଟି ଟଙ୍କାର ହିରୋଇନ୍ ଏବଂ ବ୍ରାଉନ୍ ସୁଗାର ଧରାପଡିଥିଲା । ଏହି ଘଟଣାରେ ଟ୍ରକ୍ ଡ୍ରାଇଭରକୁ ଗିରଫ କରାଯାଇଥିବା ବେଳେ ସୂତ୍ର ଅନୁସାରେ ଟ୍ରକ୍ ଡ୍ରାଇଭର୍ ବିଏସଏଫ୍ ଯବାନଙ୍କୁ ୧ କୋଟି ଟଙ୍କା ଲାଞ୍ଚ ଦେବାକୁ ମଧ୍ୟ କହିଥିଲେ କିନ୍ତୁ ଯବାନ ନିଜ କର୍ତ୍ତବ୍ୟକୁ ସୁଚାରୁରୂପେ ପୂରଣ କରିଛନ୍ତି । କୋଟିଏ ଟଙ୍କାର ଅଫରକୁ ସେ ମନା କରି ଡ୍ରାଇଭରକୁ ଗିରଫ କରାଇଥିଲେ ।
ଆପଣଙ୍କୁ ଏଠାରେ କହିରଖୁଛୁ ଯେ ପୋଲିସ୍ ଏବଂ ଯବାନଙ୍କ ତରଫରୁ ବେଳେବେଳେ ସୀମାରେ ହେଉଥିବା ନିଶାସକ୍ତ ପଦାର୍ଥର ତସ୍କରି ପାଇଁ ପେଟ୍ରୋଲିଂ ଚାଲିଥାଏ । ଏହି ଡ୍ରଗ୍ସ ପାକିସ୍ତାନ ଅଧିକୃତ କାଶ୍ମୀରରୁ ଭାରତକୁ ପଠାଯାଉଥିଲା । ପୋଲିସ୍ ଏନେଇ ଡ୍ରାଇଭର୍ ସମେତ ଆଉ ଜଣଙ୍କୁ ମଧ୍ୟ ଗିରଫ କରିଛି । ଏହି ଡ୍ରଗ୍ସର ମୂଲ୍ୟ ବଜାରରେ ୫ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/Capture-10.jpg)
/kanak/media/post_attachments/wp-content/uploads/2019/02/hrdns1j8_drug-smuggling_625x300_10_August_18-300x185.jpg)