ସୀମା ସୁରକ୍ଷା ବଳ (ବିଏସଏଫ୍) ରେ କନେଷ୍ଟବଳ ପଦବୀ ପାଇଁ ବିଜ୍ଞପ୍ତି ବାହାରି ଯାଇଛି । ଏଥିରେ ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ପୋଷ୍ଟ ମଗାଯାଇଛି । ବିଏସଏଫ୍ ତରଫରୁ କନେଷ୍ଟବଳ (ଟ୍ରେଡସମ୍ୟାନ୍) ପଦବୀ ପାଇଁ ବିଜ୍ଞପ୍ତି ବାହାରିଛି । ଯଦି ଆପଣ ମଧ୍ୟ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାନ୍ତି ଏବଂ ଏହି ପଦବୀ ପାଇଁ ଯୋଗ୍ୟ ଅଟନ୍ତି ତେବେ ଆବେଦନ କରିବାର ଅନ୍ତିମ ସମୟ ପୂର୍ବରୁ ବିଏସଏଫ୍ ର ଅଫିସିଆଲ୍ ୱେବସାଇଟରେ ଆବେଦନ କରିପାରିବେ ।
dବୟସ ସୀମା – ୧୮ ବର୍ଷ ରୁ ୨୩ ବର୍ଷ
ଯୋଗ୍ୟତା – ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କୁ ମାଟ୍ରିକ୍ କିମ୍ବା ଉପଯୁକ୍ତ ଟ୍ରେଡର୍ସରେ ୨ ବର୍ଷର ଅନୁଭବ ହେବା କିମ୍ବା ଟ୍ରେଡ୍ରେ ଏକ ବର୍ଷ ଅନୁଭବ କିମ୍ବା ଇଣ୍ଡଷ୍ଟ୍ରିଆଲ୍ ଟ୍ରେନିଙ୍ଗ୍ ଇନଷ୍ଟିଚ୍ୟୁଟ୍ ସହ ସମ୍ବନ୍ଧିତ ଟ୍ରେଡରେ ୨ ବର୍ଷ ଡିପ୍ଲୋମା କରିବା ଆବଶ୍ୟକ ।
କିଭଳି କରିବେ ଆବେଦନ - ଆବେଦନ କରିବା ପାଇଁ ପ୍ରାର୍ଥୀ ସର୍ବପ୍ରଥମେ ବିଏସଏଫ୍ ର ଅଫିସିଆଲ୍ ୱେବସାଇଟ୍ www.bsf.nic.in କୁ ଯାଆନ୍ତୁ । ସେଠାରୁ ଆବେଦନ ଫର୍ମ ଏବଂ ଆଡମିଟ୍ କାର୍ଡ ଡାଉନଲୋଡ୍ କରନ୍ତୁ । ଏବେ ପ୍ରାର୍ଥୀ ଏହି ଫର୍ମକୁ ପୁରଣ କରି ରାଜ୍ୟ ସମ୍ବନ୍ଧିତ ରିକ୍ୟୁରମେଣ୍ଟ୍ ଏଜେନ୍ସି ଅର୍ଥାତ୍ ବିଏସଏଫ୍ ହାଇକ୍ୱାଟରକୁ ପଠାଇଦିଅନ୍ତୁ । ଫର୍ମ ସହ ଲେଟେଷ୍ଟ୍ ପାସପୋର୍ଟ ସାଇଜ୍ ଫଟୋ, ପରୀକ୍ଷା ଫିସ୍ ବି ଏହି ଡକ୍ୟୁମେଣ୍ଟରେ ପଠାଇଦିଅନ୍ତୁ । ଅଧିକ ଜାଣିବା ପାଇଁ ବିଏସଏଫ୍ ଅଫିସିଆଲ୍ ୱେବସାଇଟ୍ କୁ ଯାଆନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/bsf-800x445.jpg)
/kanak/media/post_attachments/wp-content/uploads/2019/01/pathankot-bsf759-300x167.jpg)