କନକ ବ୍ୟୁରୋ: ମାଲକାନଗିରିକାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିୱାଡ ସରଂକ୍ଷିତ ଜଙ୍ଗଲରୁ ବ୍ୟାପକ ମାରଣାସ୍ତ୍ର ସହ ବିସ୍ଫୋରକ ଜବତ ହୋଇଛି । ଆଜି ଏହି ଅଞ୍ଚଳରେ ବିଏସଏଫ ପକ୍ଷରୁ କମ୍ବିଂ ଅପରେସନ କରାଯାଇଥିଲା । ଏହି ସମୟରେ ସାନ ଟେକାଗୁଡା ଓ ଏଲକାନୁର ଜଙ୍ଗଲରୁ ୭ଟି ବନ୍ଧୁକ, ଦୁଇଟି ଟିଫିନ ବୋମା, ୪ଟି ହେଣ୍ଡଗ୍ରେନେଡ ଓ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ପୂର୍ବରୁ ଏହି ଅଞ୍ଚଳରେ ମାଓବାଦୀଙ୍କ ବେଶ ପ୍ରଭାବ ରହିଥିଲା । କିନ୍ତୁ ଏବେ ସେମାନଙ୍କ ପ୍ରଭାବ ଧିରେ ଧିରେ କମିବାରେ ଲାଗିଛି ।
ନିର୍ବାଚନ ପୂର୍ବରୁ ରାଜ୍ୟରେ ନକ୍ସଲ ଦମନ ଅଭିଯାନ । ମାଲକାନଗିରି ଭେଜାଙ୍ଗିୱାଡ ଜଙ୍ଗଲରୁ ବିସ୍ଫୋରକ ଜବତ ।
/kanak/media/post_attachments/wp-content/uploads/2024/04/Bijapur-Naxal.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)