କନକ ବ୍ୟୁରୋ : ଭାରତୀୟ ସୀମା ସୁରକ୍ଷାବଳକୁ ବଡ ସଫଳତା ମିଳିଛି । ରାଜସ୍ଥାନ ବିକାନୋର ଜିଲ୍ଲା ସ୍ଥିତି ଭାରତ-ପାକିସ୍ଥାନ ଅର୍ନ୍ତରାଷ୍ଟ୍ରୀୟ ସୀମା ନିକଟରୁ ୫୬ କିଲୋ ୬୦୦ ଗ୍ରାମ ହେରୋଇନ୍ ଜବତ କରାଯାଇଛି । ଜବତ୍ ହୋଇଥିବା ହେରୋଇନର ଆନୁମାନିକ ବଜାର ମୂଲ୍ୟ ୩୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି । ବିଏସଏଫ୍ ପକ୍ଷରୁ କୁହାଯାଇଛି କି, ଏହା ସବୁଠାରୁ ବଡ କାର୍ଯ୍ୟାନୁଷ୍ଟାନ ।

Advertisment

ଚୋରା ନିଶା ବେପାରୀ ମାନେ ସୀମା ସେପଟୁ ପିଭିସି ପାଇପ ଜରିଆରେ ଭାରତ ଭିତରକୁ ହେରୋଇନ ପଠାଇବାକୁ ଚେଷ୍ଟା କରୁଥିବା ବେଳେ ଅଧରାତିରେ ବିଏସଏଫ୍ ଯବାନ ମାନେ ମାଦକ ଦ୍ରର୍ବ୍ୟକୁ ଜବତ କରିବାରେ ସଫଳ ହୋଇଥିବା ବେଳେ ବେପାରୀମାନେ ଫେରାର୍ ହୋଇଯାଇଛନ୍ତି ।

ଏନେଇ ବିଏସଏଫ୍ ଆଇଜି ପୁଷ୍ପେନ୍ଦ୍ର ସିଂ କହିଛନ୍ତି କି, ସୀମାରେ ପାକିସ୍ତାନ ପଟୁ ଭାରତକୁ ମାଦକ ଦ୍ରର୍ବ୍ୟ ଯୋଗାଣ ହେଉଥିବା ନେଇ ସୂଚନା ଥିଲା । ତେଣୁ ସବୁ ଯବାନ ମାନେ ପ୍ରସ୍ତୁତ ଥିଲେ । ବୁଧବାର ରାତି  ୨ ଟାରେ ସାଜୁବାଲାର ବନ୍ଦଲି ପୋଷ୍ଟ ନିକଟରେ ଏଭଳି ମାଦକ ଦ୍ରର୍ବ୍ୟ କାରବାର ହେଉଥିବା ନେଇ ୧୨୭ ବାଟାଲିୟନକୁ ଆଭାସ ମିଳିଥିଲା । ଏହାପରେ ଯବାନ ମାନେ ଅନ୍ଧାର ଓ ତୋଫାନ ଭିତରେ  ହେରୋଇନ୍ ଜବତ କରିବାକୁ ସଫଳ ହୋଇଥିଲେ ବି ଚୋରା ବେପାରୀ ମାନେ ପଳାଇବାକୁ ସକ୍ଷମ ହୋଇଥିଲେ ।

ଏଭଳି ଘଟଣା ପରେ ଯବାନମାନେ ଚୋରଙ୍କୁ ଧରିବାକୁ ଉଦ୍ୟମ ଚଳାଇଥିଲେ । ଏହାପରେ ଉଚ୍ଚଅଧିକାରୀଙ୍କ ନିର୍ଦ୍ଦେଶରେ ପୋଲିସ ଅଧିକ୍ଷକ ପ୍ରିତୀ ଚନ୍ଦା, ବିଏସଏଫ୍ ଓ ଏନସିବି ପକ୍ଷରୁ ଘଟଣା ସ୍ଥଳରେ ଯାଂଚ କରାଯାଇଥିଲା । ଏହରାପରେ ବିଏସଏଫ୍ ଓ ପୋଲିସର ମିଳିତ ଅପରେଶନରେ ଗୁରୁବାର ଦିନ ସାଜୁବାଲା ଛକ ନିକଟରୁ ୨ ଜଣ ସଂଦିଗ୍ଧଙ୍କୁ ଗିରଫ୍ କରାଯାଇଛି ।