କନକ ବ୍ୟୁରୋ: ବଣ୍ଡାଘାଟିରେ ଉଡିଲା ତ୍ରିରଙ୍ଗା । ସ୍ଥାୟୀତ୍ୱ ହେଲା ବିଏସ୍ଏଫ୍ କ୍ୟାମ୍ପ । ଘାଟିରେ ଲକ୍ଷ୍ୟ ଭେଦି ନକ୍ସଲ ଗଡରେ କ୍ୟାମ୍ପ ଗଢିଲେ ଯବାନ । ଲାଲଗଡରେ ସୁରକ୍ଷା ବାହିନୀର ବଡ ସଫଳତା । ଘାଟି ମଣିଷର ସୁରକ୍ଷା ଲାଗି ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିରେ ବିଏସ୍ଏଫ୍ କ୍ୟାମ୍ପ ସ୍ଥାପନ କରାଯାଇଛି । ମାଲକାନଗିରି ଏସପି ରିଷିକେଶ ଖିଲାରି ଓ ବିଏସଏଫ ୧୫ ବାଟାଲିୟନର ଏକ ସ୍ୱତନ୍ତ୍ର ପ୍ଲାଟୁନ ଫୋର୍ସ ପହଂଚି ବଣ୍ଡାଘାଟିର ଦୁର୍ଗମ ଅଣ୍ଡ୍ରାହଲ ଠାରେ କ୍ୟାମ୍ପ ପ୍ରତିଷ୍ଠା କରିଛନ୍ତି । ଘାଟିର ଘଂଚ ଜଙ୍ଗଲରେ କ୍ୟାମ୍ପ ବସାଇବାକୁ ପ୍ରସ୍ତୁତି ସରିଛି ।
ତେବେ ଦୀର୍ଘଦିନରୁ ବଣ୍ଡାଘାଟିରେ କ୍ୟାମ୍ପ କରିବାକୁ ଯୋଜନା ରଖିଥିଲା ଜିଲ୍ଲା ପୋଲିସ । କିନ୍ତୁ ମାଓବାଦୀଙ୍କ ପତିଆରା ଥିବାରୁ ଏହା ସମ୍ଭବ ହୋଇପାରୁନଥିଲା, ହଠାତ ସୁରକ୍ଷା ଟିମକୁ ନେଇ ଅସ୍ଥାୟୀ ବିଏସ୍ଏଫ୍ କ୍ୟାମ୍ପ ବସାଯାଇଛି । ସ୍ୱାଭିମାନ ଅଂଚଳରେ ଯବାନଙ୍କ କଡା ମୁକାବିଲା କରୁଥିବା ଲାଲବାହିନୀ ବଣ୍ଡାଘାଟିର ଦୁର୍ଗମ ଗଡରେ ନିଜର ସ୍ଥିତି ଜାହି କରୁଥିଲା । ହେଲେ ବିଏସଏଫ କ୍ୟାମ୍ପ ଗଢିବା ପରେ ଲାଲ ସଂଗଠନର ମୂଳତପୋଟନ୍ ହେବା ସହିତ ଘାଟି ଅଂଚଳରେ ବିକାଶ ତ୍ୱରାନିତ ହେବ ବୋଲି କହିଛନ୍ତି ମାଲକାନଗିରି ଏସପି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/59.jpg)