ରେକର୍ଡ ସ୍ତରରେ ଶେୟାର ବଜାର, ୫୦ ହଜାର ନିକଟତର ହେଲା ସେନସେକ୍ସ । ୧୪ହଜାର ପାର ନିଫ୍ଟ

95

କନକ ବ୍ୟୁରୋ: ଚଳିତ ସପ୍ତାହର ତୃତୀୟ ଦିନରେ ସମସ୍ତ ରେକର୍ଡ ଭାଙ୍ଗିଛି ଶେୟାର ବଜାର । ବୁଧବାର ସକାଳେ କାରବାର ଆରମ୍ଭ ହେବା ମାତ୍ର ମାର୍କେଟ ଉଦ୍ଧ୍ୱମୁଖୀ ହୋଇଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଚର ପ୍ରମୁଖ ସୂଚକାଙ୍କ ସେନସେକ୍ସ ୫୦ ହଜାର ଅଙ୍କ ନିକଟତର ହୋଇଛି । ଆଜି କାରବାର ଅରମ୍ଭରୁ ସେନସେକ୍ସ ୨୧୬.୨୮ ଅଙ୍କ ବୃଦ୍ଧି ପାଇ ୪୯,୭୩୩,୩୯ ସ୍ତରରେ ପହଂଚିଥିବା ବେଳେ ନିଫ୍ଟ ୬୭ ଅଙ୍କ ବୃଦ୍ଧି ପାଇ ୧୪,୬୩୦, ୫୦ ସ୍ତରରେ ଖୋଲିଥିଲା ବିଦେଶୀ କମ୍ପାନୀ ମାନଙ୍କର ନିବେଶକ ମାନଙ୍କ ପୁଞ୍ଜି ବିନିଯୋଗ ଓ ଅନୁକୂଳ ସ୍ଥିତି ଯୋଗୁ ବଜାରର ଅଭିବୃଦ୍ଧି ଦେଖିବାକୁ ମିଳିଛି ବୋଲି ଅର୍ଥନୀତିଞ୍ଜ ମାନେ ମତ ଦେଇଛନ୍ତି ।
ଆଜି କାରବାର ଆରମ୍ଭ ହେବା ମାତ୍ରେ ୧୧୦୬ ଟି ଶେୟାରରେ ଅଭିବୃଦ୍ଧି ଘଟିଥô୍ବା ବେଳେ ୩୩୬ ଟି ଶେୟାର ନିମ୍ନମୂଖୀ ହୋଇଥିଲା ଏହାସହ ୫୮ ଟି ଶେୟରରେ କୌଣସି ପରବର୍ତ୍ତନ ହୋଇ ନଥିଲା । ଅନ୍ୟପଟେ କରୋନା ଟିକାକୁ ନେଇ ଲଗାତର ସକାରାତ୍ମକ ଖବର ମଧ୍ୟରେ ବିଶ୍ୱ ବଜାରରେ ମଧ୍ୟ ଅଭିବୃଦ୍ଧି ଘଟିଛି ।
ପୂର୍ବ ସପ୍ତାହରେ ସେନସେକ୍ସ ୯୧୩.୫୩ ଅଙ୍କ ଅର୍ଥାତ ୧.୯୦ ପ୍ରତିଶତ ବୃଦ୍ଧି ପାଇଥିଲା । ସେହିଭଳି ନିଫ୍ଟ ମଧ୍ୟ ୩୨୮.୭୫ ଅଙ୍କ ଅର୍ଥାତ୍ ୨.୩୪ ପ୍ରତିଶତ ବୃଦ୍ଧି ଘଟିଥିଲା । ତେବେ କେନ୍ଦ୍ରୀୟ ବଜେଟ୍ ପୂର୍ବରୁ ନିବେଶକ ମାନେ ନିବେଶକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଏହାର କାରଣ ଭାବେ ବଜାର ବିଶ୍ଳେଷକଙ୍କ କହିବା ମୁତାବକ କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ବଜେଟ ଆଶାନୁରୂପକ ହେବ ନାହିଁ । ଫଳରେ ବଜାରରେ ଅସ୍ଥିରତା ଲାଗି ରହିବ । ଏନେଇ ନିବେଶକ ମାନେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।