କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ସ୍କୁଲ ଜୀବନରେ ସବୁଠାରୁ ବଡ ପରୀକ୍ଷା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥର ମଧ୍ୟ ସଫଳତାରା ଧାରା ବଜାୟ ରଖି ଛାତ୍ରଙ୍କୁ ପଛରେ ପକାଇ ଦେଇଛନ୍ତି ଛାତ୍ରୀ । ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ପାସ ହାର ରହିଛି ୭୬ ଦଶମିକ ୨୩ ପ୍ରତିଶତ । ୨୯ଟି ସ୍କୁଲରେ ଶତ ପ୍ରତିଶତ ପିଲା ପାସ କରିଥିବାବେଳେ ୩୬ଟି ସ୍କୁଲରେ ଫଳ ଶୂନ ହୋଇଛି । ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବକୁ ନେଇ ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା ତାହାକୁ ଭୁଲ ପ୍ରମାଣିତ କରି ନିର୍ଦ୍ଧରିତ ସମୟରେ ଫଳାଫଳ ପ୍ରକାଶ କରିଛି ଶିଭା ବିଭାଗ । କିନ୍ତୁ ପାସ ହାର କମି ଯିବା ପରେ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି ।

Advertisment

publive-image

ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ରେଜଲ୍ଟକୁ ନେଇ ସାମାନ୍ୟ ଆଶଙ୍କା ସୃଷ୍ଟି ହୋଇଥିଲେ ବି ନିଦ୍ଧାରିତ ସମୟରେ ପ୍ରକାଶ ପାଇଛି ଫଳାଫଳ । ତେବେ ଚଳିତ ବର୍ଷର ମାଟ୍ରିକରେ ପାସ୍ ହାର ରହିଛି ୭୬. ୨୩% । ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ପାସ୍ ହାସ ୮୮. ୧୫% ଥିବାବେଳେ ମାଲକାନଗିରି ଜିଲ୍ଲାରେ ସର୍ବନିମ୍ନ ପାସ୍ ହାର ରହିଛି ୫୯.୩୨% । ଏ ୱାନ ଗ୍ରେଡରେ ୧୭୧୫ ଜଣ ପାସ୍ ହୋଇଥିବା ବେଳେ ଏ ଟୁ ଗ୍ରେଡରେ ୧୫, ୬୮୯ ଜଣ ପାସ୍ ହୋଇଛନ୍ତି । ବି ୱାନ୍ ଗ୍ରେଡରେ ୩୯, ୨୫୨ ଏବଂ ବି ଟୁ ଗ୍ରେଡରେ ୬୮, ହଜାର ୯ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି ।ସେହିପରି ମୋଟ୍ ୫ ଲକ୍ଷ ୭୬ ହାଜର ୩୯୮ ପରୀକ୍ଷାର୍ଥୀଙ୍କ ମଧରୁ ୪ ଲକ୍ଷ ୩୮ ହଜାର ୩୪୮ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ମୋଟ୍ ଏକ ଲକ୍ଷ ୨୪ ହଜାର ୬୬୫ ଜଣ ୬୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ରାଜ୍ୟର ୪୨୯ ସ୍କୁଲରେ ଶତ ପ୍ରତିଶତ ପାସ୍ ହାର ଥିବା ବେଳେ ୩୬ଟି ସ୍କୁଲରେ ଫଳାଫଳ ଶୂନ ରହିଛି ।

publive-image

ଆଉ ଏସବୁ ଭିତରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ବଖାଣିଛନ୍ତି ନିଜ ସଫଳତାର କାହାଣୀ । ପରିବାର ଲୋକଙ୍କ ପ୍ରେରଣା ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦିଗ୍ଦର୍ଶନ ଭିତରେ କଠିନ ପରିଶ୍ରମକୁ ସଫଳତାର ଶ୍ରେୟ ଦେଇଛନ୍ତି, ମାଟ୍ରିକ୍ ପରୀକ୍ଷାରେ ଟପ୍ପର ହୋଇଥିବା ଛାତ୍ରଛାତ୍ରୀ ।ଆଗକୁ ଉଚ୍ଚଶିକ୍ଷା ସହ ବିଭିନ୍ନ ସେବାକୁ ପେଶା ଭାବରେ ବାଛିବା ପାଇଁ ଲକ୍ଷ୍ୟ ରଖିଛନ୍ତି ମାଟ୍ରିକ୍ ପରୀକ୍ଷାରେ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଏହି ପରୀକ୍ଷାର୍ଥୀ ।ମାଟ୍ରିକ୍ ପରୀକ୍ଷାରେ ସଫଳତା ସହ ଏକ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି ଏହି ଛାତ୍ରଛାତ୍ରୀ । ଆଶା କରିବା ଏବେ ଆଗକୁ ଆହୁରୀ ଭଲ ପ୍ରଦର୍ଶନ କରି ନିଜ ପରିବାର ଏବଂ ରାଜ୍ୟର ନାଁ ରଖିବେ ।