ବିନା ଫେଷ୍ଟିଭ ସିଜିନରେ ଅଫର୍ ବର୍ଷା : ଚାହୁଁ ଚାହୁଁ ସରିଗଲା ବିଏସ ଥ୍ରୀ ବାଇକ୍

27

କନକ ବ୍ୟୁରୋ : ଗାଡି କିଣିବା ପାଇଁ ଖଚାଖଚ୍ ଭିଡ । ସୋରୁମ୍ ସାମ୍ନାରେ ଲମ୍ବା ଲାଇନ୍ । କମ୍ପାନୀର ଶସ୍ତା ଅଫର ଟାଣିଆଣିଛି ଗ୍ରାହକଙ୍କୁ । ହିରୋ, ବଜାଜ୍, ହୋଣ୍ଡା ଓ ଟିଭିଏସ୍ ଭଳି କମ୍ପାନୀ ଦେଉଛନ୍ତି ଅଫର ପରେ ଅଫର । ଗାଡି ପ୍ରତି ୩ ହଜାରରୁ ୨୫ ହଜାର ଯାଏଁ ରିହାତି । ଯାହାର ଫାଇଦା ନେବାକୁ ସମସ୍ତେ ତୟାର । ଏଦୃଶ୍ୟ ଖାଲି ରାଜଧାନୀ ଭୁବନେଶ୍ୱରର ନୁହେଁ । ରାଜ୍ୟର ପ୍ରାୟ ସବୁ ସହରରେ ଗାଡି ପାଇଁ ଲାଗିଛି ଭିଡ ।

ବିନା ଫେଷ୍ଟିଭ ସିଜିନରେ ଅଫର୍ ବର୍ଷା । ଯାହାକୁ ହାତଛଡା କରିନାହାଁନ୍ତି ଗ୍ରାହକ । ହେଲେ ଅନେକ ସ୍ଥାନରେ ଚାହୁଁ ଚାହୁଁ ସରିଯାଇଛି ବିଏସ ଥ୍ରୀ ବାଇକ୍ । ଯିଏ ପାଇଛି ସେ ଖୁସ ଆଉ ଯାହାକୁ ନମିଳିଛି ସେ ନିରାଶ ଫେରିଛି । ବିଏସ-ଥ୍ରୀ ଗାଡି ଉପରେ କଟକଣା ଲଗାଇଛନ୍ତି ସୁପ୍ରିମକୋର୍ଟର୍ । ଏପ୍ରିଲ ୧ ତାରିଖରୁ ଆଉ ସେସବୁ ଗାଡି ବିକିପାରିବେ ନାହିଁ କମ୍ପାନୀ । ତେବେ କଣ ଏହି ବିଏସ-ଥ୍ରୀ ।

ବିଏସ୍ ଥ୍ରୀ ହେଉଛି ଭାରତ ଷ୍ଟେଜ୍ ଥ୍ରୀ । ଯାନବାହାନ ଚଳାଚଳରୁ ବାହାରୁଥିବା ପ୍ରଦୂଷଣର ମାତ୍ରା ଜାଣିବା ଓ ନିୟନ୍ତ୍ରଣ କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ପରିମାଣକୁ ଭାରତ ଷ୍ଟେଜ୍ କମିସନ ଷ୍ଟାଣ୍ଡାର୍ଡ ବା ବିଏସ୍ ଷ୍ଟାଣ୍ଡାର୍ଡ କୁହାଯାଏ । ବିଭିନ୍ନ ଧରଣର ଗାଡି ପାଇଁ ଏହାର ପରିମାଣ ଭିନ୍ନ । ୨୦୦୦ ପରଠାରୁ ଉତ୍ପାଦିତ ଗାଡି ଗୁଡିକ ବିଏସ୍-ଟୁ ଷ୍ଟାଣ୍ଡାର୍ଡରେ ଆସିଥିବା ବେଳେ ଅକ୍ଟୋବର ୨୦୧୦ ପରଠାରୁ ବିଏସ୍-ଥ୍ରୀ ଲାଗୁ ହୋଇଛି ।

ଦେଶରେ ପ୍ରାୟ ସାଢେ ଆଠ ଲକ୍ଷରୁ ଅଧିକ ନୂଆ ବିଏସ୍ ଥ୍ରୀ ମଡେଲ ଗାଡି ମହଜୁଦ ଥିଲା । ଯାହାକୁ ବିକିବାକୁ କମ୍ପାନୀ ଛାଡିଥିଲେ ଅଫର । ଏବେ ବଜାରରେ ମିଳିବ ପରିବେଶ ଅନୁକୂଳ ବିଏସ୍ ଫୋର୍ ଗାଡି । ତେବେ ପୁରୁଣା ଗାଡି ଚଳାଚଳ ଉପରେ କିଛି କଟକଣା ନାହିଁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –