କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଏସ ୟେଦ୍ୟୁରପ୍ପା । ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଲେ ୟେଦ୍ୟୁରପ୍ପା ।

Advertisment
କର୍ଣ୍ଣାଟକ ନାଟକରେ ନୂଆ ମୋଡ଼ ଆଣିଲା ମିଡନାଇଟ୍ କଲ୍ ! କ’ଣ ଥିଲା ଦିଲ୍ଲୀରୁ ବାଙ୍ଗାଲୁର ଆସିଥିବା ଫୋନ୍ କଲର କାହାଣୀ, ପଢ଼ନ୍ତୁ ।

କନକ ବ୍ୟୁରୋ : କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଏସ ୟେଦ୍ୟୁରପ୍ପା । ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ୟେଦ୍ୟୁରପ୍ପା । ରାଜ୍ୟପାଳ ବାଜୁଭାଇ ବାଲା ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଆଜି କେବଳ ୟେଦ୍ୟୁରପ୍ପା ଶପଥ ନେଇଛନ୍ତି, ଆସ୍ଥାଭୋଟ ପରେ ଅନ୍ୟ ମନ୍ତ୍ରୀ ମାନଙ୍କୁ ଶପଥପାଠ କରାଯିବ ବୋଲି ଜଣାଯାଇଛି । ପୂର୍ବରୁ ସେ ୩ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ କୌଣସି ଥର ନିଜର କାର‌୍ୟ୍ୟକାଳ ସଂପୂର୍ଣ୍ଣ କରିପାରିନାହାନ୍ତି ।

୨୦୦୭ରେ ସେ ମାତ୍ର ୭ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଜେଡିଏସ ସମର୍ଥନରେ ସେ ଏକ ମିଳିତ ସରକାର ଚଳାଉଥିଲେ ମଧ୍ୟ ତାହା ଏକ ସପ୍ତାହରୁ ଅଧିକ ସମୟ ତିଷ୍ଠି ପାରିନଥିଲା । ସେହିପରି ୨୦୦୮ରେ ସେ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ଖଣି ଦୁର୍ନିତି ଅଭିଯୋଗ କାରଣରୁ ୨୦୧୨ରେ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ଗତ ବର୍ଷ ବିଧାନସଭା ନିର୍ବାଚନ ପରେ ବିଜେପି ୧୦୫ ସିଟ ସହ ଏକକ ସଂଖ୍ୟା ଗରିଷ୍ଠ ଦଳ ହୋଇଥିବାରୁ ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ ତାଙ୍କ ସରକାର ମାତ୍ର ୪୮ ଘଣ୍ଟା ତିଷ୍ଠିପାରିଥିଲା । ଏଥର ସେ ୭୬ ବର୍ଷ ବୟସରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏଥର ସେ ସଂପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିପାରୁଛନ୍ତି କି ନା ତାହା ଉପରେ ସମସ୍ତଙ୍କର ନଜର ରହିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe