ପାର୍କିଂ ବିବାଦରୁ ରାଜଧାନୀରେ ଗଡ଼ିଲା ମୁଣ୍ଡ । ଦୁଇ ସାଙ୍ଗଙ୍କୁ ଛୁରି ଭୁସି ନିର୍ମମ ହତ୍ୟା

Advertisment
ପାର୍କିଂ ବିବାଦରୁ ରାଜଧାନୀରେ ଗଡ଼ିଲା ମୁଣ୍ଡ । ଦୁଇ ସାଙ୍ଗଙ୍କୁ ଛୁରି ଭୁସି ନିର୍ମମ ହତ୍ୟା

କନକ ବ୍ୟୁରୋ: ପାର୍କିଂ ବିବାଦରୁ ରାଜଧାନୀରେ ଗଡ଼ିଲା ମୁଣ୍ଡ । ଦୁଇ ସାଙ୍ଗଙ୍କୁ ଛୁରି ଭୁସି ନିର୍ମମ ହତ୍ୟା । ଏୟାର ଫିଲ୍ଡ ଥାନା ଅଞ୍ଚଳ ହାଇଟେକ୍ ଆପାର୍ଟମେଣ୍ଟ ନିକଟ କଲ୍ୟାଣୀ ପ୍ଲାଜାରେ ଘଟିଛି ଡବଲ ମର୍ଡର। ସାଧାରଣ ଗାଡ଼ି ପାର୍କିଂକୁ ନେଇ ଏହି ନିର୍ମମ ହତ୍ୟା ହୋଇଛି । ମୃତ ଦୁଇ ଜଣ ହେଉଛନ୍ତି ରଶ୍ମିରଞ୍ଜନ ସେଠୀ ଓରଫ ଜିତୁ ଏବଂ ତାଙ୍କ ସାଙ୍ଗ ସମ୍ବିତ ରାଉତ ଓରଫ ଜୁଲୁ । ଗତ ତିନି ଦିନ ହେବ ଗଣେଶ ମଲ୍ଲିକ ଏବଂ ରଶ୍ମିରଞ୍ଜନ ସେଠୀଙ୍କ ମଧ୍ୟରେ ଯୁକ୍ତିତର୍କ ହେଇଥିଲା। ଗଣେଶ ମଲ୍ଲିକ ହେଉଛନ୍ତି ଆପାର୍ଟମେଣ୍ଟର ସୁପରଭାଇଜର । ଗଣେଶ ମଲ୍ଲିକ ତାଙ୍କ ବାପା ବିଚିତ୍ର ମଲ୍ଲିକ ଏବଂ ତାଙ୍କ ଭାଇ ପ୍ରଦୀପ ମଲ୍ଲିକଙ୍କ ମିଶି ରଶ୍ମିରଞ୍ଜନ ସେଠୀ ଏବଂ ତାଙ୍କ ସାଙ୍ଗ ସମ୍ବିତ ରାଉତଙ୍କୁ ମାରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ରଶ୍ମିରଞ୍ଜନଙ୍କ ବାପା। ତେବେ ଗଣ୍ଡଗୋଳ ସମୟରେ ଘଟଣାସ୍ଥଳରେ ରଶ୍ମି ରଂଜନ ସେଠୀଙ୍କ ମୃତ୍ୟୁ ହେଇଥିବା ବେଳେ ସାଙ୍ଗ ସମ୍ବିତ ରାଉତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ଘଟଣା ସ୍ଥଳରେ ପହଞ୍ଚି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଘଟଣାର ଛାନଭିନ୍ କରିଥିବା ବେଳେ ଏନେଇ ଅଧିକ ତଦନ୍ତ ଆରମ୍ଭ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe