କନକ ବ୍ୟୁରୋ : ସଂପତ୍ତି ଲୋଭରେ ପଡୋଶୀ ସାଜିଲା ଖୁନି । ଟଙ୍ଗିଆରେ ହାଣି ଗୋଟିଏ ପରିବାର ୩ ଜଣଙ୍କୁ କଲା ହତ୍ୟା । ଏଭଳି ନାରକୀୟ କାଣ୍ଡ ଦେଖିବାକୁ ବିଳିଛି କୁଚିଣ୍ଡା ଅଞ୍ଚଳ ମହୁଲପାଲି ଥାନା ଅଧିନ ଲପଡା ଗ୍ରାମରେ । ଜମିବାଡି ବିବାଦକୁ ନେଇ ଉଭୟ ପରିବାର ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଥିଲା । ହେଲେ ଆଜି ଏହି ବିବାଦ ଉଗ୍ରରୂପ ନେଇଛି । ଜଣେ ପଡୋଶୀ ଗୋଟିଏ ପରିବାରର ୩ ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । ହତ୍ୟା କରିବା ପରେ ସେ କେଉଁଆଡେ ଫେରାର୍ ହୋଇଯାଇଥିବା ଗାଁ ଲୋକେ କହିଛନ୍ତି ।
ଏନେଇ ଗାଁ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ୍ କରିଛି । ଏହା ସହ ଘଟଣାର ତଦନ୍ତ ଜାରି ରଖିଛି ।