ହତ୍ୟାକାଣ୍ଡର ଲୋମଟଙ୍କୁରା କାହାଣୀ । ଭିଡିଓ କଲ କରି ନିର୍ଯାତନା, ପରେ ହତ୍ୟା

ଦାଦନ ଖଟିବାକୁ ଯାଇଥିଲେ ଗଜପତି ମୋହନା ଅଞ୍ଚଳର ଶରତ ପରିଛା

803

କନକ ବ୍ୟୁରୋ: ତାମିଲନାଡୁରେ ଓଡିଆ ଶ୍ରମିକଙ୍କୁ ଜଘନ୍ୟ ହତ୍ୟା । ଗଜପତି ମୋହନା ବ୍ଲକରୁ ଆସିଛି ଏଭଳି ଲୋମଟାଙ୍କୁରା ଖବର । ହତ୍ୟା ପୂର୍ବରୁ ଘର ଲୋକଙ୍କୁ ହ୍ୱାଟ୍ସଆପ କଲ କରି ନିର୍ଯାତନାର ଭିଡିଓ ଦେଖାଇବା ପରେ ମୃତ୍ୟୁର ଫଟୋ ପଠାଇଛନ୍ତି ଦୁର୍ବୃତ୍ତ । ତେବେ ଯେଉଁ କଲରୁ ଭିଡିଓକଲ ଆସିଥିଲା ତାହା ତଦନ୍ତ ବେଳେ ତାମିଲନାଡୁର ହୋଇନଥିବାରୁ ପୁଲିସ ପାଇଁ ଅଡୁଆ ବଢିଛି ।

  • ଦାଦନ ଶ୍ରମିକର କରୁଣ କାହାଣୀ
  • ଭିଡିଓ କଲ କରି ନିର୍ଯାତନା, ପରେ ହତ୍ୟା

ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ବାରିଆ ଗାଁର ଶରତ ପରିଛା । ଦାଦନ ଖଟିବାକୁ ତାମିଲନାଡୁ ଯାଇଥିଲେ କିନ୍ତୁ ଆଉ ଫେରିଲେନି । ଦୁର୍ବୃତ୍ତମାନେ ନୃଂଶସ ଭାବେ ହତ୍ୟା କରିଛନ୍ତି ଆଉ ଯେଉଁଭଳି ଶରତଙ୍କୁ ହତ୍ୟା କରିଛନ୍ତି ତାହା ଆପଣ ଜାଣିଲେ ବି ରୋମ ଟାଙ୍କୁରି ଯିବ । ପ୍ରଥମେ ଭିଡିଓ କଲ କରି ନିର୍ଯାତନାର ଦୃଶ୍ୟ ଓ ପରେ ମୃତଦେହ ଫଟୋ ପଠାଇଛନ୍ତି ଦୁର୍ବୃତ୍ତ ।

  • ବନ୍ଦ କୋଠରୀରେ ଶରତଙ୍କୁ ପ୍ରବଳ ମାଡ
  • ଦେଢଶାଶୁଙ୍କ ମୋବାଇଲକୁ ଆସିଲା ମୃତ ଫଟୋ

ଶରତ ପରିଚ୍ଛା ବର୍ଷକ ତଳେ ଦାଦାନ ଖଟିବାକୁ ତାମିଲନାଡୁ ଯାଇଥିଲେ । ରବିବାର ସନ୍ଧ୍ୟାରେ ଦେଢଶାଶୁଙ୍କ ମୋବାଇଲକୁ ଏକ ଭଡିଓ କଲ ଆସିଥିଲା । ଏଥିରେ ଶରତଙ୍କୁ ମାଡ ମରାଯାଉଥିବା ଦୃଶ୍ୟ ଦେଖିଥିଲେ ଦେଢଶାଶୁ । ପରିବାରଲୋକେ ଯେତେ ସଂପୃକ୍ତ ନମ୍ବରକୁ କଲ କରିଥିଲେ ବି କେହି ରିସିଭ କରିଥିଲେ । ସୋମବାର ଦିନ ଶରତଙ୍କ ମୃତଶରୀର ଦେଢଶାଶୁଙ୍କ ମୋବାଇଲକୁ ଆସିଥିଲା । ଏହାପରେ ଆଉ ଏକ ଫୋନ କଲ ଆସିଥିଲା । ୧୫ ହଜାର ଟଙ୍କା ପଠାଇଲେ ତାଙ୍କ ମୃତଦେହ ଓଡ଼ିଶା ଛଡ଼ାଯିବ ବୋଲି କହିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ଛାନଭିନ ଆରମ୍ଭ ହୋଇଛି ।

ତେବେ ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ,ଯେଉଁ ମୋବାଇଲରୁ ମେସେଜ ଓ ଭିଡିଓ କଲ ଆସିଥିଲା ତାହା ତାମିଲନାଡୁର ନୁହେଁ, ବରଂ ଅନ୍ୟ ରାଜ୍ୟର । ଏହା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ମୃତଦେହ ଆଣିବା ବି ପୁଲିସ ପାଇଁ ସମସ୍ୟା ହୋଇଛି ।