କନକ ବ୍ୟୁରୋ : ଯୁଦ୍ଧ ମଇଦାନ ଛାଡି ଫେରାର ସୈନିକକୁ ହାତୁଡିରେ ଛେଚି ହତ୍ୟା । ଏଭଳି କିଛି ଲୋମ ଟାଙ୍କୁରା ଦୃଶ୍ୟ ସାମ୍ନାକୁ ଆସିଛି ରୁଷିଆରୁ । ୟୁକ୍ରେନ ବିରୋଧରେ ଲଢିବା ପାଇଁ ମନା କରିବା ଏହାସହ ମଇଦାନ ଛାଡି ପଳାଇବାକୁ ଚେଷ୍ଟା କରିଥିବା ରୁଷିଆ ୱାଗନର ଆର୍ମିର ଜଣେ ଯବାନଙ୍କୁ ହାତୁଡିରେ ଛେଚି ଅତି ନିର୍ମମ ଭାବେ କରାଯାଇଛି ହତ୍ୟା । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏ ଦୃଶ୍ୟ ଏତେ ବିଚଳିତ କଲା ଭଳି ହୋଇଛି, ଯାହାର ଚିତ୍ର ଦେଖାଇବା ସମ୍ଭବ ନୁହେଁ । ରୁଷିଆର ୱାଗନର ଆର୍ମିର ଯବାନ ଦିମିତ୍ରୀ ୟାକୁସେଂକୋର ମୁଣ୍ଡକୁ ହାତୁଡିରେ ଛେଚି ଛେଚି ହତ୍ୟା କରାଯାଇଛି । ଏହି ସମୟରେ ଏକ ଭିଡିଓ ମଧ୍ୟ କରାଯାଇଛି । ଏଥିରେ ଦେଖିବାକୁ ମିଳିଛି ଦିମିତ୍ରୀଙ୍କ ମୁଣ୍ଡକୁ ଟେପ୍ ଜରିଆରେ କାନ୍ଥରେ ବାହାରିଥିବା ଇଟାରେ ବନ୍ଧା ହୋଇଛି । ଆଉ ଅନ୍ୟ ଜଣେ ସୋଲଜର ହାତୁଡିରେ ଦିମିତ୍ରୀଙ୍କ ମୁଣ୍ଡକୁ ଆକ୍ରମଣ କରୁଛନ୍ତି ।

Advertisment

ମୃତ୍ୟୁର ଠିକ୍ ପୂର୍ବରୁ ଦିମିତ୍ରୀ କ୍ୟାମେରାକୁ ଦେଖି କହୁଛନ୍ତି – ମୁଁ ୱାଗନର ପାଇଁ ଯୁଦ୍ଧକୁ ଓହ୍ଲାଇଥିଲି । ପରେ ମତେ ଅନୁଭୂତ ହେଲା ଏ ଲଢେଇ ମୋର ନୁହେଁ । ମୁଁ ୟୁକ୍ରେନ ଖସି ପଳାଇବା ପାଇଁ ଚେଷ୍ଟା କରୁଥିବାବେଳେ ମତେ ୟୁକ୍ରେନ୍ ସେନା ଗିରଫ କରିଥିଲା । ପରେ ୪ ଫେବ୍ରୁଆରୀରେ ୟୁକ୍ରେନ- ରୁଷିଆ ସେନା ଅଦଳ ବଦଳରେ ମୁଁ ପୁଣିଥରେ ରୁଷିଆ ସେନାକୁ ଫେରିଥିଲି ।

ଏତିକି ବେଳେ ଦିମିତ୍ରୀଙ୍କ ମୁଣ୍ଡକୁ ହାତୁଡିରେ ଆକ୍ରମଣ କରାଯାଇ ତାଙ୍କୁ ହତ୍ୟା କରାଯାଇଛି । କେବଳ ଦିମିତ୍ରୀ ନୁହଁନ୍ତି ଅନ୍ୟ ଜଣେ ୱାଗନର ଯବାନ ୟେଭଗେନି ନୁଝିନ୍ । ୟେଭଗେନି ରୁଷିଆ ପକ୍ଷ ଛାଡି ୟୁକ୍ରେନ ସେନାରେ ଯୋଗ ଦେଇଥିଲେ । ମାତ୍ର ଗତ ଫେବ୍ରୁଆରୀ ୨ ତାରିଖରେ ସେ ୟୁକ୍ରେନର ନେଫ୍ରୋ ସହରରେ ବୁଲୁଥିବାବେଳେ ତାଙ୍କ ମୁଣ୍ଡକୁ କିଏ ଆଘାତ ଦେଇଥିଲା । ଏହାପରେ ସେ ନିଜକୁ ରୁଷିଆ ସେନା କାମ୍ପରେ ପାଇଥିଲେ । ଯେଉଁଠି ତାଙ୍କର ମୁଣ୍ଡ ଛେଚି ହତ୍ୟା କରାଯାଇଛି ।