ଗର୍ଭବତୀ ମହିଳାଙ୍କ ପ୍ରସବ ସମୟରେ କମ୍ପାଉଣ୍ଡର ଏଭଳି ଚିକିତ୍ସା କଲେ ଯେ ମା’ ପେଟରେ ରହିଗଲା ଶିଶୁର ମୁଣ୍ଡ ବାହାରକୁ ବାହାରି ଆସିଲା ଗଣ୍ଡି !

Advertisment
ଗର୍ଭବତୀ ମହିଳାଙ୍କ ପ୍ରସବ ସମୟରେ କମ୍ପାଉଣ୍ଡର ଏଭଳି ଚିକିତ୍ସା କଲେ ଯେ ମା’ ପେଟରେ ରହିଗଲା ଶିଶୁର ମୁଣ୍ଡ ବାହାରକୁ ବାହାରି ଆସିଲା ଗଣ୍ଡି !

Deccan Chronicle

ସମାଜରେ ଦ୍ୱିତୀୟ ଭଗବାନ କୁହାଯାଉଥିବା ଡାକ୍ତର ଯେ ବେଳେବେଳେ ଏଭଳି କାମ କରିବସନ୍ତି ଯାହା ତାଙ୍କୁ ସମସ୍ତଙ୍କ ଆଗରେ ନୃସଂସର ପରିଚୟ ଦେଇଥାଏ । ଏଭଳି ଏକ ଘଟଣା ଘଟିଛି ଜେସଲମେର୍ ରାମଗଡ ଡାକ୍ତରଖାନାରେ । ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ସମୟରେ ଛୁଆ ଅଟକି ଯିବାର ସମସ୍ୟା ଦେଖାଯିବାରୁ କମ୍ପାଉଣ୍ଡର ଛୁଆଟିକୁ ଏଭଳି ଭାବରେ ମା’ ଗର୍ଭରୁ ବାହାରକୁ ଆଣିବାକୁ ଚେଷ୍ଟା କଲେ ଯେ ଛୁଆଟିର ଗୋଡର ହାଡ ଭାଙ୍ଗିବା ସହ ଲିଭର ମଧ୍ୟ ଫାଟିଯାଇଥିଲା କେବଳ ଏତିକି ନୁହଁ ଜୋରରେ ପ୍ରେସର ପକାଇବା ଯୋଗୁଁ ଛୁଆଟିର ମୁଣ୍ଡ ମା’ ଗର୍ଭରେ ଏବଂ ଗଣ୍ଡି କମ୍ପାଉଣ୍ଡରଙ୍କ ହାତରେ ହିଁ ରହିଯାଇଥିଲା ।

publive-image

ଏହି ଘଟଣାରେ ଗର୍ଭବତୀଙ୍କ ସ୍ୱାମୀ ତିଲକ ସିଂହ ଦୁଇ କମ୍ପାଉଣ୍ଡରଙ୍କ ନାଁ ରେ ଥାନାରେ ଏତଲା ଦେବା ସହ ନ୍ୟାୟ ନ ମିଳିବା ଯାଏଁ ନବଜାତର ଅନ୍ତିମ ସଂସ୍କାର କରିବେ ନାହିଁ ବୋଲି କହିଛନ୍ତି । ଅନ୍ୟପକ୍ଷରେ ମା’ କୋଳରୁ ଶିଶୁ ମୁଣ୍ଡକୁ ବାହାର କରାଯାଇଥିଲେ ହେଁ ସ୍ୱାସ୍ଥ୍ୟବସ୍ତାରେ ସୁଧାର ଆସିନାହିଁ । ଚେତାଶୂନ୍ୟ ମା’ ଏଯାଏଁ ନିଜ ମୃତ ଛୁଆ ବିଷୟରେ କିଛି ଜାଣିନାହାଁନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe