ବ୍ରୁନେଇର ସୁଲତାନ ହାସନଲ ବୋଲକିୟାଙ୍କ ପୁଅ ବିବାହ କରିବାକୁ ଯାଉଛନ୍ତି । ସୁଲତାନ ହାସନଲ ବୋଲକିୟା ୫୫ ବର୍ଷରୁ ଅଧିକ ସମୟ ଧରି ବ୍ରୁନେଇର ରାଜା ରହିଆସିଛନ୍ତି ।

ଦୁନିଆର ସବୁଠାରୁ ଅଧିକ ସମୟ ଧରି  ଶାସନ କରୁଥିବା ରାଜାଙ୍କ ପୁଅ ବିବାହ କରିବାକୁ ଯାଉଛନ୍ତି ଏବଂ ତାହା ମଧ୍ୟ ଜଣେ ସାଧାରଣ ଘରର ଝିଅ ସହିତ । ବ୍ରୁନେଇର ସୁଲତାନ ହାସନଲ ବୋଲକିୟାଙ୍କ ପୁଅ ବିବାହ କରିବାକୁ ଯାଉଛନ୍ତି। ସୁଲତାନ ହାସନଲ ବୋଲକିୟା ୫୫ ର୍ଷରୁ ଅଧିକ ସମୟ ଧରି ବ୍ରୁନେଇର ରାଜା ରହିଆସିଛନ୍ତି । ସୁଲତାନ ହାସନଲଙ୍କ ପୁଅ ପ୍ରିନ୍ସ ଅବଦୁଲ ମାଟିନ ଗୁରୁବାର ବ୍ରୁନେଇରେ ତାଙ୍କ ପ୍ରେମିକାଙ୍କୁ ବିବାହ କରିବାକୁ ଯାଉଛନ୍ତି ।

ରାଜଧାନୀ ବାନ୍ଦର ସେରି ବେଗୱାନର ଏକ ସୁନା ଗମ୍ବୁଜ ମସଜିଦରେ ୩୨ ବର୍ଷର ପ୍ରିନ୍ସ ଅବଦୁଲ ମାଟିନ ଏବଂ ୟାଙ୍ଗ ମୁଲିଆ ଅନିଶା ରୋଜନାଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ । ଏହି ବିବାହ ଇସଲାମିକ ରୀତି ଅନୁଯାୟୀ ସମ୍ପନ୍ନ ହେବ । ଏହି ଅବସରରେ ବ୍ରୁନେଇରେ ଏକ ୧୦ ଦିନିଆ ମହୋତ୍ସବର ଆୟୋଜନ କରାଯାଉଛି । ଦୁନିଆର ସବୁଠାରୁ ଦୀର୍ଘତମ ଶାସକ ରାଜା ତଥା ଏକଦା ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ସୁଲତାନ ହାସନଲ ବୋଲକିୟାଙ୍କ ଦଶମ ପୁତ୍ର ହେଉଛନ୍ତି ପ୍ରିନ୍ସ ମେଟେନ । ଏହି କାରଣରୁ ସେ ବ୍ରୁନେଇର ସୁଲତାନ ହେବାର ଆଶା ବହୁତ  କମ୍ ଅଟେ । କିଛି କିଛି  ସମ୍ଭାବନା ମଧ୍ୟ ଅଛି ଯେ ସେ ଦିନେ ସୁଲତାନ ହୋଇ ସିଂହାସନରେ ବସିପାରନ୍ତି । ଏହି ସମୟରେ, ପ୍ରିନ୍ସ ମେଟେନଙ୍କ ପ୍ରେମିକା ଏକ ଫ୍ୟାଶନ ଏବଂ ପର୍ଯ୍ୟଟନ ବ୍ୟବସାୟର ମାଲିକ ବୋଲି ଜଣାଯାଇଛି । ଫ୍ୟାନ୍ସ ୟାଙ୍ଗ ମୁଲିଆ ଅନିଶା ରୋଜାନ୍ନାଙ୍କ ଜେଜେବାପା ପ୍ରିନ୍ସ ମାଟିନଙ୍କ ପିତା ବ୍ରୁନେଇର ସୁଲତାନଙ୍କ ପାଇଁ ଜଣେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶଦାତା ରହିଆସିଛନ୍ତି ।

ବିବାହ କେଉଁଠାରେ ଅନୁଷ୍ଠିତ ହେବ ?

ଏହି ରାଜକୀୟ ବିବାହ ୧୭୮୮ ରୁମ ବିଶିଷ୍ଟ ଏକ ମହଲରେ ମହା ଆଡମ୍ବରରେ ପାଳନ କରାଯିବ ବୋଲି ଜଣାପଡିଛି । | କେବଳ ଏତିକି ନୁହେଁ ରବିବାର ଦିନ ବିବାହ ପରେ ଏକ ବିଶାଳ ଶୋଭାଯାତ୍ରା କରାଯିବ । ଏହି ରାଜକୀୟ ବିବାହରେ ଭାରତ ତଥା ବିଦେଶର ରାଜ ଅତିଥି ତଥା ବରିଷ୍ଠ ରାଜନେତାମାନେ ଯୋଗଦେବେ ବୋଲି ବିଶ୍ୱାସ ରହିଛି । ରବିବାର ଦିନ ଯେତେବେଳେ ରାଜ ଦମ୍ପତି ସେମାନଙ୍କ କାରରେ ଯିବେ ରାସ୍ତାର ଦୁଇ ପଟରେ ଲୋକମାନେ ଠିଆ ହେଇ ତାଙ୍କୁ ଅଭିବାଦନ ଦେବେ ବୋଲି ସୂଚନା ମଧ୍ୟ ରହିଛି । ରବିବାରର ଏହି ରାଜକୀୟ ଶୋଭାଯାତ୍ରା ପାଇଁ ଏବେଠୁ  ବ୍ରୁନେଇନ୍ ଅନେକ ରାସ୍ତାଘାଟକୁ ସଜ୍ଜିତ କରାଯାଇ ସାରିଲାଣି ।

 ପ୍ରିନ୍ସ ମେଟେନଙ୍କ କଣ କରନ୍ତି ?

ମେଟେନ୍ ତାଙ୍କ ଦେଶରେ ହେଲିକପ୍ଟର ପାଇଲଟ୍ ଅଛନ୍ତି । ତାଙ୍କୁ  ଗଣମାଧ୍ୟମରେ ବ୍ରିଟେନର ପ୍ରିନ୍ସ ହ୍ୟାରିଙ୍କ ସହ ତୁଳନା କରାଯାଏ ଏବଂ ଏହା ପୂର୍ବରୁ ତାଙ୍କୁ 'ହଟ ରୟାଲ' ବୋଲି ମଧ୍ୟ କୁହାଯାଏ । ସୋସିଆଲ ମିଡିଆରେ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି ଏବଂ ତାଙ୍କର ଚେହେରା ଯୋଗୁଁ ସେ ବହୁତ ଲୋକପ୍ରିୟ ହୋଇଛନ୍ତି । ବ୍ରିଟେନର ରୟାଲ ମିଲିଟାରୀ ଏକାଡେମୀ ସାନ୍ଧୁର୍ଷ୍ଟରେ ପ୍ରିନ୍ସ ମ୍ୟାଟେନ୍ ଜଣେ ଅଧିକାରୀ କ୍ୟାଡେଟ୍ ଭାବରେ ସ୍ନାତକ ହାସଲ କରିଥିଲେ ଏବଂ ୨୦୧୯ ଦକ୍ଷିଣ ପୂର୍ବ ଏସୀୟ ଗେମ୍ସରେ ପୋଲୋରେ ତାଙ୍କ ଦେଶର ପ୍ରତିନିଧିତ୍ୱ କରିଥିଲେ ।ଆନ୍ତର୍ଜାତୀୟ କୂଟନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଆରମ୍ଭ କରିଛନ୍ତି । ତେବେ ଗତ କିଛି ବର୍ଷ ମଧ୍ୟରେ ସେ ଅନ୍ତର୍ଜାତୀୟ କୂଟନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଗତ ବର୍ଷ ମେ ମାସରେ କିଙ୍ଗ ଚାର୍ଲ୍ସ ଏବଂ ରାଣୀ କାମିଲାଙ୍କ ରାଜ୍ୟାଭିଷେକ ତଥା ୨୦୨୨ ମସିହାରେ ରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାରରେ ତାଙ୍କ ପିତାଙ୍କ ସହ ପ୍ରିନ୍ସ ମେଟେନ ଯୋଗ ଦେଇଥିଲେ ।