ନିର୍ବାଚନ ପ୍ରଚାର ବେଳେ ସାଂସଦଙ୍କୁ ମରଣାନ୍ତକ ଆକ୍ରମଣ । ପେଟରେ ଛୁରୀ ଭୁଷିଲେ ଅଜ୍ଞାତ ବ୍ୟକ୍ତି ।

ନିର୍ବାଚନ ପ୍ରଚାର ବେଳେ ସାଂସଦଙ୍କୁ ମରଣାନ୍ତକ ଆକ୍ରମଣ । ପେଟରେ ଛୁରୀ ଭୁଷିଲେ ଅଜ୍ଞାତ ବ୍ୟକ୍ତି ।

କନକ ବ୍ୟୁରୋ: ତେଲେଙ୍ଗାନାରେ ନିର୍ବାଚନ ପ୍ରଚାର ବେଳେ ଶାସକ ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ସାଂସଦ କୋଥା ପ୍ରଭାକର ରେଡ୍ଡିଙ୍କ ପେଟରେ ଛୁରାମାଡ଼ ହୋଇଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ସିଦ୍ଦିପେଟ ଜିଲ୍ଲାର ଦୌଲତାବାଦ ମଣ୍ଡଳର ସୁରାମପଲ୍ଲୀ ଗ୍ରାମରେ ନିର୍ବାଚନ ପ୍ରଚାର ବେଳେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ।

ଏହି ଘଟଣା ପରେ କୋଥାଙ୍କୁ ସିକନ୍ଦରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କୋଥା ତେଲେଙ୍ଗାନାର ମେଡକ ନିର୍ବାଚନ ମଣ୍ଡଳୀରୁ ସାଂସଦ ଅଛନ୍ତି। ସେ ବିପଦମୁକ୍ତ ଥିବା ପୁଲିସ କହିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ନିଜ ଟିମ୍ ଘେରି ରହିଥିବା ସାଂସଦ ନିଜ ପେଟ କ୍ଷତରେ ହାତ ରଖିଥିବା ଦେଖିବାକୁ ମିଳୁଛି। ପେଟରେ ଆଘାତ ଲାଗିବାରୁ ସାଂସଦଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ପରେ ସେ ସୁରକ୍ଷିତ ଥିବା ପୁଲିସ କହିଥିଲା। ଅଭିଯୁକ୍ତକୁ ଅଟକ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe