କାର ଦୁର୍ଘଟଣାରେ ଗଲା ବିଧାୟିକାଙ୍କ ଜୀବନ । ଡିଭାଇଡରରେ ପିଟିହେଲା ବିଆରଏସ୍ ବିଧାୟିକାଙ୍କ ଗାଡି ।

2,883

କନକ ବ୍ୟୁରୋ: କାର ଦୁର୍ଘଟଣାରେ ଚାଲିଗଲା ବିଆରଏସର ଯୁବ ବିଧାୟିକା ଲାସ୍ୟା ନନ୍ଦିତାଙ୍କ ଜୀବନ । ସିକନ୍ଦରାବାଦ କୈଣ୍ଟରୁ ବିଧାୟିକା ଥିବା ଲାସ୍ୟା ନିଜ ଗାଡିରେ ଯାଉଥିବାବେଳେ ସଙ୍ଗାରେଡ୍ଡି ଅମୀନପୁର ମଣ୍ଡଳ ଅଞ୍ଚଳର ରିଙ୍ଗରୋଡରେ ତାଙ୍କ କାର ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟିହୋଇଥିଲା । ଦୁର୍ଘଟଣା ଏତେ ଗୁରୁତର ଥିଲା ଯେ, ବିଧାୟିକା ଗୁରୁତର ହୋଇଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ଡ୍ରାଇଭର ମଧ୍ୟ ଗୁରୁତର ଥିବା ଜଣାପଡିଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।