ଭୋର ସମୟରେ ହେଉଥିଲା ଧଳାଜହର କାରବାର । ଜଣେ ମହିଳା ବେପାରୀଙ୍କ ସମେତ ୨ ଗିରଫ, ୧୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କଲା ଜଳେଶ୍ୱର ପୋଲିସ ।

ଭୋର ସମୟରେ ହେଉଥିଲା ଧଳାଜହର କାରବାର । ଜଣେ ମହିଳା ବେପାରୀଙ୍କ ସମେତ ୨ ଗିରଫ, ୧୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କଲା ଜଳେଶ୍ୱର ପୋଲିସ ।

କନକ ବ୍ୟୁରୋ : ଶୁକ୍ରବାର ଭୋର ସମୟରେ ବାଲେଶ୍ୱର ଜିଲ୍ଲା ଅବକାରୀ ଡେପୁଟି କମିସନର ତଥା ଭାରପ୍ରାପ୍ତ ଅବକାରୀ ଅଧୀକ୍ଷକ ଅଶୋକ କୁମାର ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଚାଲନ୍ତି ଛକ ଠାରେ ଅତର୍କିତ ଭାବେ ଚଢାଉ କରି ୧୫ ଲକ୍ଷ ଟଙ୍କା ମୂଲ୍ୟର ୧୫୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି।

ଅବକାରୀ ଉପ ଅଧୀକ୍ଷକ ସୁଶାନ୍ତ କୁମାର ପାଢୀଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ଅବକାରୀ ଟିମ ପୂର୍ବ ଗୁଇନ୍ଦା ସୂଚନା ଆଧାରରେ ଜଳେଶ୍ୱର ଟାଉନ ପଟୁ ଦ୍ରୁତବେଗରେ ଆସୁଥିବା ଏକ ଲାଲ ରଙ୍ଗର ମିନି ଭ୍ୟାନ ମଧ୍ୟରେ ଜଣେ ଡ୍ରାଇଭର ଓ ଅନ୍ୟ ଜଣେ ମହିଳା ଥିବା ଦେଖି ଅଟକାଇ ତଲାସି କରିଥିଲେ। ସେ ଦୁହିଁଙ୍କ ଠାରୁ ଉକ୍ତ ବ୍ରାଉନସୁଗାର ଜବତ ହୋଇଛି। ଏନେଇ ଜଳେଶ୍ୱର ଅବକାରୀ ଥାନାରେ ଏକ ମାମଲା ରୁଜୁ କରାଯାଇ ଉକ୍ତ ଭ୍ୟାନର ଡ୍ରାଇଭର ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା କଚହୁଡ଼ି ଗ୍ରାମର ଚୈତନ୍ୟ ପାତ୍ରଙ୍କ ପୁଅ ପ୍ରଫୁଲ୍ଲ ପାତ୍ର ଓ ବିଂଝାରପୁର ଥାନା ମିରମହଲା ଗ୍ରାମର ସ୍ବର୍ଗତ ଶେଖ ଲୋକମାନଙ୍କ ପତ୍ନୀ ନଗମା ବେୱାଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ ଯେ, ଗିରଫ ଅଭିଯୁକ୍ତମାନେ ଜବତ ବ୍ରାଉନସୁଗାର ରାଜପୁର ବସ୍ତିର ବ୍ରାଉନସୁଗାର ମାଫିଆ କାଲା ବାବୁଙ୍କ ଠାରୁ କିଣି ନେଇ ନିଜ ସହିତ ଯାଜପୁର ଜିଲ୍ଲାକୁ ନେଇଯାଉଥିଲେ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe