ବାରିପଦା ସହରରୁ ବିପୁଳ ପରିମାଣର ଧଳା ଜହର ଜବତ : ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪୦ ଲକ୍ଷ

84

କନକ ବ୍ୟୁରୋ : ବାରିପଦା ସହରରୁ ବିପୁଳ ପରିମାଣର ଧଳା ଜହର ଜବତ । ଟାଉନ ଥାନା ୧୭ ନଂବର ୱାର୍ଡରୁ ୪୧୭ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୁଲିସ । ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୪୦ ଲକ୍ଷ ଟଙ୍କା ହେବ । ୧୭ ନଂବର ୱାର୍ଡର ଗୋବିନ୍ଦ ପାଲଙ୍କ ଠାରୁ ୪୧୭ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ନଗଦ ୩୪ ହଜାର ଟଙ୍କା ପୁଲିସ ଜବତ କରିଛି । ଏଥିସହ ଗୋବିନ୍ଦ ପାଲକୁ ଗିରଫ କରିଛି ଟାଉନ ଥାନା ପୁଲିସ ।

ବିଶେଷ ସୂତ୍ରରୁ ସୂଚନା ପାଇ ପୁଲିସ ଅତର୍କିତ ଚଢାଉ କରି ଏହି ଧଳା ଜହର ଜବତ କରିଛି । ଏହି ବ୍ରାଉନସୁଗାର କାରବାର ପଛରେ ଆନ୍ତଃରାଜ୍ୟ ରାକେଟ କାମ କରୁଥିବା ସନ୍ଦେହ କରାଯାଉଛି । ଗିରଫ ଅଭିଯୁକ୍ତକୁ ପଚରା ଉଚରା କରିବା ପରେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରିବା ସହ ବ୍ରାଉନସୁଗାର କାରବାରର କିଙ୍ଗପିନ ପାଖରେ ପହଂଚିବାକୁ ଉଦ୍ୟମ କରିବ ବାରପିଦା ପୁଲିସ ।