ବାଲେଶ୍ୱରରେ ବଢୁଛି ବ୍ରାଉନସୁଗାର କାରବାର । ଜଳେଶ୍ୱର ଅଂଚଳରୁ କୋଟିଏରୁ ଅଧିକ ଟଙ୍କାର ଧଳାଜହର ଜବତ, ଜଣେ ଗିରଫ

Advertisment
ବାଲେଶ୍ୱରରେ ବଢୁଛି ବ୍ରାଉନସୁଗାର କାରବାର । ଜଳେଶ୍ୱର ଅଂଚଳରୁ  କୋଟିଏରୁ ଅଧିକ ଟଙ୍କାର ଧଳାଜହର ଜବତ, ଜଣେ ଗିରଫ

କନକ ବ୍ୟୁରୋ: ବାଲେଶ୍ୱରରେ ବଢୁଛି ଧଳା ଜହର କାରବାର । ଧରାପଡିଲା ଏକ କୋଟି ଟଙ୍କାର ବ୍ରାଉନସୁଗାର । ଜଳେଶ୍ୱର ଥାନା ଅନ୍ତର୍ଗତ ଷ୍ଟେସନ ବଜାରର ମିଲବାଡି ଅଂଚଳରେ ଜବତ ହୋଇଛି ଏହି ବ୍ରାଉନ ସୁଗାର । ଜଳେଶ୍ୱର ଅବକାରୀ ବିଭାଗ ଏବଂ କଟକ କେନ୍ଦ୍ରୀୟ ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରି ଏକ କିଲୋଗ୍ରାମ ବ୍ରାଉସସୁଗାର ଓ ଗୋଟିଏ ଚୋରା ବନ୍ଧୁକ ଜବତ କରିଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣଙ୍କ ମିଲବାଡି ଅଂଚଳର ସପନ କୁମାର ପ୍ରଧାନ ।

publive-image

ସପନ ଦୀର୍ଘଦିନ ଧରି ମିଲବାଡି ଅଂଚଳରେ ରହି ବ୍ରାଉନସୁଗାର କାରବାର କରିଆସୁଥିବା ଜଣାପଡିଛି । କୌଣସି ସୁତ୍ରରୁ ଖବର ପାଇ ଆଜି ଅବକାରୀ ବିଭାଗ ଚଢାଉ କରିଥିଲା । ତେବେ ଏହି ବ୍ରାଉନସୁଗାର କାରବାରରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ଏହାର ଚେର କେଉଁସ୍ଥାନକୁ ଲମ୍ବିଛି ସେନେଇ ଅଧିକ ଖୋଳତାଡ ଜାରି ରହିଛି । ବ୍ରାଉନସୁଗାର ଜବତ ହେବା ପରେ ପ୍ରଶ୍ନ ଉଠିଛି, ଏତେ ପରିମାଣର ବ୍ରାଉନ ସୁଗାର କୁଆଡେ ଚାଲାଣ ହେଉଥିଲା ଏବଂ ଏହା ପଛର ମାଷ୍ଟର ମାଇଂଣ୍ଡ କିଏ । ଏ ନେଇ ତନାଘନା ଆରମ୍ଭ ହୋଇଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe