ରାଜ୍ୟରେ ବେଧଡ଼କ ଚାଲିଛି ଧଳାଜହର ବେପାର : ଖୋର୍ଦ୍ଧା ବାଇପାସ୍ ନିକଟରୁ କୋଟିଏ ୩୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ; ଘଟଣାରେ ଜଣେ ଗିରଫ

ରାଜ୍ୟରେ ବେଧଡ଼କ ଚାଲିଛି ଧଳାଜହର ବେପାର : ଖୋର୍ଦ୍ଧା ବାଇପାସ୍ ନିକଟରୁ କୋଟିଏ ୩୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ; ଘଟଣାରେ ଜଣେ ଗିରଫ

କନକ ବ୍ୟୁରୋ : ରାଜ୍ୟରେ ବେଧଡ଼କ ଚାଲିଛି ଧଳଜହର ବେପାର । କୋଟିଏ ୩୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି । ୧ କିଲୋ ୩୧୦ ଗ୍ରାମର ଧଳାଜହର ଖୋର୍ଦ୍ଧା ବାଇପାସରୁ ଜବତ କରାଯାଇଛି । ଖୋର୍ଦ୍ଧା କାଇପଦର ଏସ.କେ ଅନୱରକୁ ଏହି ଘଟଣାରେ ଗିରଫ କରିଯାଇଛି । ଆଜି କୋର୍ଟ ଚାଲାଣ କରାଯିବ ।

ସେପଟେ, ପୁରୀ ଅବକାରୀ ବିଭାଗ ଓ ମୋବାଇଲ ପାର୍ଟି ଚଢ଼ାଉ କରି ଦୁଇ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି । ଦୁଇ ଜଣ ହେଲେ ପୁରୀ ସିଦ୍ଧ ମହାବୀରର ଶିବପ୍ରସାଦ ବେହେରା ଓ ରଘୁନାଥ ଦାସ । ଏମାନଙ୍କ ଠାରୁ ୨୦୦ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ । ପୂର୍ବ ସୂଚନା ପାଇ ଜଗି ରହିଥିବା ଅବକାରୀ ବିଭାଗ ଓ ମୋବାଇଲ ପାର୍ଟି ଖସି ପଳାଉଥିବା ଦୁଇ ଜଣକୁ କାବୁ କରିଛି। ସେମାନଙ୍କ ଠାରୁ ୨୦୦ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି। ଏଣେ ମୁଖ୍ୟ ବ୍ରାଉନସୁଗାର ବେପାରୀଙ୍କୁ ଖୋଜୁଛି ବିଭାଗ। ବେଶ୍ କିଛି ଦିନ ପରେ ପୁଣି ପୁରୀରୁ ବ୍ରାଉନସୁଗାର ଜବତ ହୋଇଥିବାରୁ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe