ମୟୂରଭଂଜରୁ ଜବତ ହେଲା ବିପୁଳ ଧଳା ଜହର: ପାଖାପାଖି ସାଢେ ୩ କିଲୋ ବ୍ରାଉନ ସୁଗାର ସିଜ୍ ଜବତ କଲେ ଏସଟିଏଫ ଓ ଓଡିଶା ପୁଲିସ; ଜଣେ ଅଭିଯୁକ୍ତ ଗିରଫ

ମୟୂରଭଂଜରୁ ଜବତ ହେଲା ବିପୁଳ ଧଳା ଜହର: ପାଖାପାଖି ସାଢେ ୩ କିଲୋ ବ୍ରାଉନ ସୁଗାର ସିଜ୍ ଜବତ କଲେ ଏସଟିଏଫ ଓ ଓଡିଶା ପୁଲିସ; ଜଣେ ଅଭିଯୁକ୍ତ ଗିରଫ

କନକ ବ୍ୟୁରୋ: ମୟୂରଭଂଜ ଜିଲ୍ଲାରୁ ୩ କେଜିରୁ ଅଧିକ ଓଜନର ବ୍ରାଉନ ସୁଗାର ଜବତ । ବାଉନସୁଗାର କାରବାର ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏସଟିଏଫ ଏଂବ ଓଡିଶା ପୁଲିସ । ଟୁଇଟ କରି ଏହି ସୂଚନା ଦେଇଛନ୍ତି ପୁଲିସ ଡିଜି । ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ପାଖାପାଖି ସାଢେ ୩ କୋଟି ବୋଲି ଅନୁମାନ କରାଯାଉଛି ।

କ୍ରାଇମ୍ ବ୍ରାଞ୍ଚ ଏଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀରେ ଅଧିକ ତଥ୍ୟ ପ୍ରଦାନ କରିଛନ୍ତି। ଆଜି ସକାଳେ ଓଡ଼ିଶା ପୁଲିସର ଏସଟିଏଫ ମୟୂରଭଞ୍ଜର ଏକ ସ୍ଥାନରୁ ପ୍ରାୟ ୩.୨୮ କେଜି କେଜି ବ୍ରାଉନ ସୁଗାର ଜବତ କରିଛି ଏବଂ ଜଣଙ୍କୁ ଗିରଫ କରାଯାଇଛି। ଏହାର ମୂଲ୍ୟ ପ୍ରାୟ ସାଢ଼େ ୩ କୋଟି ଟଙ୍କା ହେବ। ଏହା ଏସଟିଏଫର ଏକ ବଡ଼ ସଫଳତା ବୋଲି କୁହାଯାଉଛି। ଏନେଇ ଅଧିକ ଖୋଳତାଡ଼ ଚାଲିଛି ଏବଂ ଓଡ଼ିଶାରେ ବ୍ରାଉନ ସୁଗାର ଅଭିଯାନ ଜାରି ରହିବ ବୋଲି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

୨୦୨୦ ମସିହାରେ ଏଯାଏଁ ୧୫ କେଜି ୬୪୮ ଗ୍ରାମ୍ ପରିମାଣର ବ୍ରାଉନ ସୁଗାର ଜବତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି କ୍ରାଇମ୍ ବ୍ରାଞ୍ଚ ଏଏଡିଜି । ରାଜ୍ୟରୁ ଏହାର ମୂଳୋତ୍ପାଟନ ଏସଟିଏଫର ଲକ୍ଷ୍ୟ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe