କନକ ବ୍ୟୁରୋ: କେନ୍ଦ୍ରାପଡା ରାଜନଗର ଅଂଚଳରେ ବଢୁଛି ଧଳାଜହର କାରବାର । ଆଉ ନିଶା କବଳରେ ପଡୁଛନ୍ତି ଯୁବପୀଢି । ସବୁଠାରୁ ବଡ କଥା ହେଲା, କଦଳୀ କାନ୍ଦି ଭିତରେ ଆସୁଛି ବ୍ରାଉନ ସୁଗାର । ରାଜନଗର ବଜାରରେ ସପ୍ତାହକୁ ଦୁଇଥର ହାଟ ବସିଥାଏ । ଆଉ ପ୍ରତି ସପ୍ତାହରେ କଦଳୀ କାନ୍ଦି ଭିତରେ ଏହି ବ୍ରାଉନ ସୁଗାର କଟକରୁ ରାଜନଗର ଆସିଥାଏ ।
ରାଜନଗର ଭଳି ଉପାନ୍ତ ଅଂଚଳରେ ଏହି ଧଳାଜହର କାରବାର ବଢିଚାଲିଛି । ଆଉ ଧଳାଜହର ନିଶା କବଳରେ ପଡୁଛନ୍ତି ଉପାନ୍ତ ଅଂଚଳର ପିଲା । ସ୍ଥାନୀୟ ଅଂଚଳରେ ଏହି କାରବାର ଚାଲୁଥିଲେ ବି ପୋଲିସ କିଭଳି ଜାଣିପାରୁନି ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦେଖନ୍ତୁ ସେହି ଏକ୍ସକ୍ଲୁସିଭ ଭିଜୁଆଲ କେମିତି ଚାଲିଛି ଧଳାଜହରର କାରାବାର କେନ୍ଦ୍ରପଡାର ରାଜନଗରରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/SUGAR.jpg)
/kanak/media/post_attachments/wp-content/uploads/2019/10/Screen-Shot-2019-10-22-at-9.32.50-AM-300x225.png)