ଜଳେଶ୍ୱରରୁ ପୁଣି ଜବତ ହେଲା ବ୍ରାଉନସୁଗାର । ଜଣେ ମହିଳାଙ୍କ ସମେତ ୪ ଅଟକ

69

କନକ ବ୍ୟୁରୋ : ଜଳେଶ୍ୱରରୁ ପୁଣି ଜବତ ହେଲା ବ୍ରାଉନସୁଗାର । ଜଳେଶ୍ୱର ପୋଲିସ ଦୁଇଟି ସ୍ଥାନରେ ଚଢାଉ କରି ୩୫୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଜଣେ ମହିଳାଙ୍କ ସମେତ ଏହି କାରବାରରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ ପୋଲିସ ସୂଚନା ଦେଇଛି । ଗତକାଲି ଜଳେଶ୍ୱର ପୋଲିସ ବ୍ରାଉନସୁଗାର କାରବାରର କିଙ୍ଗପିନ୍ କୁହାଯାଉଥିବା ସେକ ମମତାଜଙ୍କୁ ରାଜପୁର ଅଂଚଳରୁ ଗିରଫ କରିବା ସହ ତାଙ୍କ ଠାରୁ ୨୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା ।

ଆଜି ଭୋର ସମୟରେ ଜଳେଶ୍ୱର ପୋଲିସ ଝାଡେଶ୍ୱରପୁର ବସ୍ତିରୁ ସେକ ନୁର ହୁସେନଙ୍କ ଘରେ ଚଢାଉ କରି ୧୫୦ ଗ୍ରାମରୁ ଅଧିକ ବ୍ରାଉନ ସୁଗାର ଜବତ କରିଥିଲା । ଏହି ମାମଲାରେ ପୋଲିସ ସେକ ନରୁହୁସେନଙ୍କ ସ୍ତ୍ରୀ ଏବଂ ଦୁଇ ପୁଅଙ୍କୁ ଅଟକ ରଖି ପଚରାଉଚରା କରୁଛି । ଜଳେଶ୍ୱରରେ ଲଗାତାର ଭାବେ ବ୍ରାଉନସୁଗାର ଜବତ ହେଉଥିଲେ ମଧ୍ୟ କାରବାରରେ ରୋକ ଲାଗିପାରୁନି । ଯାହା ପୋଲିସ ବିଭାଗର ଚିନ୍ତାକୁ ବଢାଇ ଦେଇଛି ।