କନକ ବ୍ୟୁରୋ : ଜଗତସିଂହପୁର ପୁଲିସକୁ ସଫଳତା । ତିର୍ତୋଲ ସବଡିଭିଜନର ତିନୋଟି ଥାନା ଅଂଚଳରେ ଚଢାଉ କରି ପୁଲିସ ୫୦୦ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ କରିଛି । ୭ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ନଗଦ ୨୧ ଲକ୍ଷ ଟଙ୍କା ସୁନା, ରୁପା ଅଳଙ୍କାର ଜବତ କରିଛି ଜଗତସିଂହପୁର ପୁଲିସ । ଜବତ ବ୍ରାଉନସୁଗାରର ମୂଲ୍ୟ ହାରହାରି ୫୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି ।

Advertisment

ସୂଚନା ଅନୁସାରେ କୁଜଙ୍ଗ ଥାନା ଅଧିନ ଷଣ୍ଢପୁରରୁ ପୁଲିସ ୨୭୩ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଷଣ୍ଢପୁରର ଅକ୍ଷୟ ସ୍ୱାଇଁଙ୍କ ନିକଟରୁ ୧୭ ଗ୍ରାମ, ତାଙ୍କ ପତ୍ନୀ ବେବିନା ସ୍ୱାଇଁଙ୍କ ନିକଟରୁ ୨୫୬ ଗ୍ରାମ ଜବତ କରିଛି ପୁଲିସ । କୁଜଙ୍ଗ ଥାନା ପିତେଇପୁରର କୂଳମଣି ପରିଡାଙ୍କ ପୁଅ ରାଜେଶ ସାମଲ ଠାରୁ ୨୪ ଗ୍ରାମ, ଏରସମା ବସଷ୍ଟାଣ୍ଡ ନିକଟ ଏକ ପରିତ୍ୟକ୍ତ ଘରୁ ପୁଲିସ ୨୬୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ସେହିପରି ରଘୁନାଥପୁର ଥାନା ଅଧିନ ଅଯୋଧ୍ୟାପୁର ହନୁମାନ ମନ୍ଦିର ନିକଟରୁ ଲୋକନାଥ ରାଉତଙ୍କ ଠାରୁ ୧୦ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ କରାଯାଇଛି ।