ଜେଲ୍ ବ୍ୟାରେକରେ ବ୍ରାଉନସୁଗାର କାରବାର: ୪୦.୫ ଗ୍ରାମର ଧଳା ଜହର ସହ ୨୪ ହଜାର ଟଙ୍କା ଜବତ; ବାଂଲାଦେଶୀ ନାଗରିକ ଚଳାଇଥିଲା ବେପାର
କନକ ବ୍ୟୁରୋ: ବାଲେଶ୍ୱର ଜେଲ ସାମ୍ନାରୁ ପ୍ରାୟ ସାଢ଼େ ୪ ଲକ୍ଷର ବ୍ରାଇନ୍ ସୁଗାର ଜବତ କରିଛି ପୁଲିସ୍ । ଶେଖ୍ ବାବୁ ଖାନ ନାମକ ଜଣେ ବ୍ୟକ୍ତିଙ୍କୁ ପୁଲିସ୍ ଗିରଫ କରିବା ସହ ୪୪ ଗ୍ରାମ୍ ବ୍ରାଉନ୍ ସୁଗାର, ୨୪ ହଜାର ଟଙ୍କା ଏବଂ ଗୋଟିଏ ମୋବାଇଲ ଜବତ କରାଯାଇଛି । ୨୦୦୭ ମସିହାରେ ଏକ ଡକାୟତି ମାମଲାରେ ଗିରଫ ହୋଇ ଜେଲରେ ଥିଲା ଶେଖ୍ ବାବୁ ଖାନ୍ ।
ନିକଟକରେ ଜେଲରୁ ଖଲାସ୍ ହୋଇଥିଲା । ତେବେ କରୋନା ହୋଇଥିବା କାରଣରୁ ଘରକୁ ଯିବା ବଦଳରେ ଜେଲ ପରିସରରେ ରହୁଥିଲା । ଆଉ ଏହାର ସୁଯୋଗ ନେଇ ଜେଲ ବାହାରୁ ଧଳାଜହର କାରବାର କରୁଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଡିଏସ୍ପି ମନୋଜ ରାଉତଙ୍କ ନେତୃତ୍ୱରେ ଚଢ଼ାଉ କରାଯିବା ସମୟରେ ଏହି ସବୁ ନିଶା ସାମଗ୍ରୀ ଜବତ କରାଯାଇଛି ।
ସୂଚନା ଅନୁସାରେ, ବାବୁ ବାଲେଶ୍ବର ଜେଲରେ ବିଚାରଧୀନ କୟଦୀ ଭାବେ ସଜା କାଟୁଥିଲେ। ସଜା ପୂରଣ ହୋଇଥିଲେ ବି ସେ ନିଜ ଦେଶକୁ ଯିବା ପାଇଁ ଉପଯୁକ୍ତ କାଗଜପତ୍ର ଦେଖାଇ ନପାରିବାରୁ ଜେଲ୍ ପରିସର କାରାଗାର ବାହାରେ ଥିବା ବ୍ୟାରେକ୍ରେ ରହୁଥିଲେ। ଆଜି ସନ୍ଧ୍ୟା ୮ଟା ସମୟରେ ଗେଟ୍ ସମ୍ମୁଖରେ ସେ ବ୍ରାଉନ୍ସୁଗର ଚାଲାଣ କରୁଥିବା ନେଇ ପୁଲିସ ଜାଣିପାରି ଗିରଫ କରିଥିଲା। ସିଟି ଡିଏସ୍ପି ମନୋଜ କୁମାର ରାଉତ, ସହଦେବଖୁଣ୍ଟା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ପଲେଇ, ଏସ୍ଆଇ ବିରଞ୍ଚି ସାହୁ, ଏସ୍ଆଇ ନୀଳମଣି ନାୟକଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ଏଥିରେ ସାମିଲ ଥିଲେ।
Comments are closed.