ରବିବାର ପ୍ରତ୍ୟୁଷରେ ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱସ୍ଥ ହୋଟେଲ୍ ମିର୍ଚି ନିକଟରେ ଗୋଟାଏ ଧଳା ଇଣ୍ଡିଗୋ ସିଏସ୍ କାର୍ରୁ ୧୨୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଥିବା ଜଗତସିଂହପୁର ଏବଂ ଖୋର୍ଦ୍ଧା ଅଞ୍ଚଳର ୩ ଜଣ ଯୁବକଙ୍କୁ ଗିରଫ କରାଯାଇଛି।
କାର୍ଟି ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଅନ୍ତର୍ଗତ ହଂସପାଳ ଅଞ୍ଚଳକୁ ଆସୁଥିଲା। ଏଥିରେ ବ୍ରାଉନସୁଗାର୍ ଆସୁଥିବା ସୂଚନା ପାଇ ଭୋର ପ୍ରାୟ ୫ଟା ସମୟରେ ଜଳେଶ୍ୱର ଅବକାରୀ ବିଭାଗ ଓ ମୋବାଇଲସ୍କ୍ଵାର୍ଡ ହୋଟେଲ୍ ମିର୍ଚି ନିକଟରେ ସେ ଗାଡ଼ିକୁ ଅଟକାଇ ତଲାସ କରିଥିଲେ। ସେଥିରୁ ମିଳିଥିବା ବ୍ରାଉନ୍ ସୁଗାରର ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଓଆର୦୬ଜେ୮୮୬୬ ନମ୍ବରବିଶିଷ୍ଟ ସେ ଗାଡ଼ିଟିକୁ ମଧ୍ୟ ଜବତ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ଜଗତସିଂହପୁରର ୩୭ ବର୍ଷିୟ ଦିବ୍ୟାଙ୍ଗ ଶିବପ୍ରସାଦ ମହାନ୍ତି, ଖୋର୍ଦ୍ଧା ବାଲିଅନ୍ତା ଅଞ୍ଚଳର ୨୧ ବର୍ଷିୟ ସୁବାସ ଭୋଇ ଏବଂ ୨୫ ବର୍ଷିୟ ଚନ୍ଦନ କୁମାର ଭୋଇ। ଏମାନଙ୍କ ଠାରୁ ୩ଟି ମୋବାଇ ଓ ନଗଦ ୨୮୨୦ ଟଙ୍କା ଜବତ କରାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/96201980_getty_cocaine.jpg)
/kanak/media/post_attachments/wp-content/uploads/2019/03/crime_indore_addiction_201856_121559_06_05_2018-300x225.jpg)