ରାଜ୍ୟରେ ବଢୁଛି ନିଶା କାରବାର : ଖୋର୍ଦ୍ଧାର ଏକ ପରିବା ଦୋକାନରୁ ବ୍ରାଉନସୁଗାର ଜବତ, ଜଣେ ଗିରଫ

Advertisment
ରାଜ୍ୟରେ ବଢୁଛି ନିଶା କାରବାର : ଖୋର୍ଦ୍ଧାର ଏକ ପରିବା ଦୋକାନରୁ ବ୍ରାଉନସୁଗାର ଜବତ, ଜଣେ ଗିରଫ

କନକ ବ୍ୟୁରୋ : ପରିବା ଦୋକାନରୁ ମିଳିଲା ବ୍ରାଉନସୁଗାର । ଖୋର୍ଦ୍ଧା ସହରରେ ଏକ ପରିବା ଦୋକାନରେ ଚଢାଉ କରି କ୍ରାଇମବ୍ରାଂଚର ସ୍ପେଶାଲ ଟାକ୍ସ ଫୋର୍ସ(ଏସଟିଏଫ୍) ଏବଂ ଜିଲ୍ଲା ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ୨୭୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଘଟଣାସ୍ଥଳରୁ ନଗଦ ଲକ୍ଷେ ଟଙ୍କା ଜବତ କରାଯାଇଥିବା ବେଳେ ଏହି କାରବାରରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।  ଖୋର୍ଦ୍ଧା ପଶୁ ଚିକିତ୍ସାଳୟ ନିକଟ ପରିବା ଦୋକାନରେ ଚଢାଉ କରି ଏହି ବ୍ରାଉନସୁଗାର ଜବତ କରାଯାଇଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe