କନକ ବ୍ୟୁରୋ : ତାଳଚେର ପୋଲିସ କବଜାରେ ୬ ବ୍ରାଉନସୁଗାର ବେପାରୀ । ସେମାନଙ୍କ ନିକଟରୁ ୧୩ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ସୂଚନାନୁସାରେ, ତାଳଚେର ଅଞ୍ଚଳରେ ବେଧଡକ ଭାବେ ଚାଲିଛି ବ୍ରାଉନସୁଗାର କାରବାର । ହେଲେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଏକ କାରକୁ ଅଟକାଇ ଯାଞ୍ଚ କରିଥିଲା ।
ଯାଞ୍ଚ ବେଳେ କାରରୁ ଏହି ବ୍ରାଉନସୁଗାର ଜବକ କରିବା ବେଳେ ୬ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ ଜଣେ ଖୋର୍ଦ୍ଧା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୫ଜଣ ତାଳଚେର ଅଞ୍ଚଳର ବୋଲି ସୂଚନା ମିଳିଛି । ସେମାନଙ୍କ ନିକଟରୁ ଗୋଟିଏ କାର ଓ ୫ଟି ମୋବାଇଲ ଫୋନ୍ ଜବତ କରାଯାଇଛି । ୬ଜଣଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/8-14.jpg)