ଖୋର୍ଦ୍ଧା ଜେଲ ଭିତରେ ଚାଲିଛି ବେଧଡ଼କ ନିଶା କାରବାର । ଅନ୍ତେବାସୀ ବ୍ରାଉନସୁଗାର ଖାଉଥିବାର ଭିଡିଓ ଭାଇରାଲ । ସୁରକ୍ଷା ନେଇ ଉଠିଲା ପ୍ରଶ୍ନ, ଭିଡିଓକୁ ନେଇ କରିଛି ଜିଲ୍ଲା ପ୍ରଶାସନର ତଦନ୍ତ ଆରମ୍ଭ ।

Advertisment
ଖୋର୍ଦ୍ଧା ଜେଲ ଭିତରେ ଚାଲିଛି ବେଧଡ଼କ ନିଶା କାରବାର । ଅନ୍ତେବାସୀ ବ୍ରାଉନସୁଗାର ଖାଉଥିବାର ଭିଡିଓ ଭାଇରାଲ । ସୁରକ୍ଷା ନେଇ ଉଠିଲା ପ୍ରଶ୍ନ, ଭିଡିଓକୁ ନେଇ କରିଛି ଜିଲ୍ଲା ପ୍ରଶାସନର ତଦନ୍ତ ଆରମ୍ଭ ।

କନକ ବ୍ୟୁରୋ: ଧଳା ଜହର କାରବାରର ହବ ପାଲଟିଛି ଖୋର୍ଦ୍ଧା ଜେଲ । ଜେଲ ଭିତରେ ବେଧଡକ ନିଶା ସେବନ କରୁଛନ୍ତି ଅନ୍ତେବାସୀ । ଖୋର୍ଦ୍ଧା ଜିଲ୍ଲାରେ ବେଧଡକ ବ୍ରାଉନ ସୁଗାର କାରବାର ଚାଲିଥିବା ଖବର ଅନେକ ସମୟରେ ସାମ୍ନାକୁ ଆସିଛି । ପୁଲିସ ଓ ଅବକାରୀ ବିଭାଗ ମଧ୍ୟ ଚଢାଉ କରି କାରବାର କରୁଥିବା ବ୍ୟକ୍ତିଙ୍କୁ ଗିରଫ କରି ଜେଲରେ ରଖିଛି । ହେଲେ ଧଳା ଜହର କାରବାର ଉପରେ ରୋକ ଲାଗିପାରି ନାହିଁ ।

ଜେଲ ଭିତରେ ବି ଚାଲିଛି ନିଶା କାରବାର । ଖୋର୍ଦ୍ଧା ଜେଲରେ ଅନ୍ତେବାସୀ ବ୍ରାଉନ ସୁଗାର ସେବନ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଜେଲ ଭିତରେ ନିଶା କାରବାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିବା ପରେ ଜେଲ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଏହି ଭିଡିଓକୁ ନେଇ ତଦନ୍ତ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ।

ଅନ୍ୟପଟେ କମିଶନରେଟ୍ ପୋଲିସ୍ ଆଖିରେ ଧୂଳି ଦେଇ ଯେଉଁଠି ଅପରାଧିମାନେ ସଜା କାଟୁଛନ୍ତି ସେଠାରେ କିଭଳି ଧଳା ଜହର କାରବାର ଚାଲୁଥିଛି? ଏବଂ ଏହା ପଛରେ ଅପରାଧିମାନଙ୍କ ସହ ପୋଲିସର ମଧୂଚନ୍ଦ୍ରିକା ରହିଛି କି? ନାଁ କିଛି ମୁଷ୍ଠିମେୟ ଅପରାଧିମାନେ ନିଜର ପତିଆରା ଜେଲର ଚାର କାନ୍ଥ ଭିତରେ ବି ଜାରି ରଖିଛନ୍ତି କି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe