ନିଶା ଖାଇଲା ପରେ କ’ଣ ହୁଏ? ଜଣେ ନିଶାଡ଼ି କହିଲା ସଂଘାତିକ କଥା । ଜାଣନ୍ତୁ ନିଶା କିପରି ମଣିଷକୁ କରିଦିଏ ସଇତାନ

53

କନକ ବ୍ୟୁରୋ: ରାଜଧାନୀର ଗଳିକନ୍ଦିରେ ମିଳୁଛି ବ୍ରାଉନସୁଗାର । ଆଉ ଏହି ନିଶା ଏତେ ମାରାତ୍ମକ ଯେ, ମଣିଷକୁ ମୁହୂର୍ତକ ମଧ୍ୟରେ କରିଦିଏ ସଇତାନ । ଏପରି କହିଛନ୍ତି ବ୍ରାଉନସୁଗାର ନିଶାରେ ଚୁର୍ ହୋଇଥିବା ଜଣେ ବି-ଟେକ୍ ଛାତ୍ର । ଆଉ କନକ ନ୍ୟୁଜ କ୍ୟାମେରାରେ ରେକର୍ଡ ହୋଇଛି, ଏହି ନିଶାଖୋର ଯୁବକଙ୍କ ଆତ୍ମକାହାଣୀ । ସେ କହିଛନ୍ତି, ଏହି ନିଶା ଏତେ ସାଂଘାତିକ ଯେ ବ୍ରାଉନସୁଗାର ପାଇଁ ଜଣଙ୍କ ବେକ କାଟି ସୁନା ଚେନ୍ ନେବାକୁ ମଧ୍ୟ ପଛାଇବ ନାହିଁ ନିଶାଡି । କେବଳ ଏତିକି ନୁହେଁ, ସେ ଏପରି କିଛି କଥା କହିଛନ୍ତି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

କନକ ନ୍ୟୁଜ କ୍ୟାମେରାରେ ଏମିତି କିଛି କଥା ରେକର୍ଡ ହୋଇଛି, ଯାହାକୁ ଜାଣି ଆପଣ ହତଚକିତ ରହିଯିବେ । ନିଶା କିପରି ମଣିଷକୁ ସଇତାନ କରିଦିଏ, କହିଛନ୍ତି ଖୋଦ ବ୍ରାଉନସୁଗାର ଖାଉଥିବା ଜଣେ ଯୁବକ । ଆଉ ନିଶା ଖାଇବା ପରେ ମଣିଷ କି ପ୍ରକାରର ଜଘନ୍ୟ ଅପରାଧ କରିପାରେ ତାହା ମଧ୍ୟ ସ୍ୱୀକାର କରିଛନ୍ତି ।

ଟ୍ୱିନ୍ ସିଟିର ଗଳିକନ୍ଦିରେ ମିଳୁଛି ବ୍ରାଉନସୁଗାର । ଛାତ୍ର ଠାରୁ ଆରମ୍ଭ କରି ଯୁବଗୋଷ୍ଠୀ ଏବେ ଏହାର କବଳରେ । ରାଜଧାନୀ ବି.ଟେକ୍ କରୁଥିବା ଏହି ନିଶାଖୋର ଯୁବକ କହିଛନ୍ତି କେମିତି ଚୋରାରେ ହାତପାହାନ୍ତାରେ ମିଳେ ଗଂଜେଇ ଆଉ ବ୍ରାଉନସୁଗାର । ନିଶାଡିର ଏହି ସ୍ୱୀକାରୋକ୍ତି ସୂଚାଇ ଦେଉଛି, କିପରି ଯୁବସମାଜକୁ ବିପଥଗାମୀ କରୁଛି ଗଂଜେଇ ଓ ବ୍ରାଉନସୁଗାର ଭଳି ସାଂଘାତିକ ନିଶା ।