ଭାଇକୁ ଖୋଜୁଛି ଭାଇ । ଟିଭିରେ ଭାଇକୁ ହସ୍ପିଟାଲରେ ବସିଥିବା ଦେଖି ଖୋଜି ଖୋଜି ଦିଲ୍ଲୀରୁ ଆସି କଟକ ଏସସିବିରେ ପହଞ୍ଚିଲେ ପରିବାର
କନକ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଅନେକ ବ୍ୟକ୍ତି ପ୍ରାଣ ହରାଇଥିବାବେଳେ ଏବେ ବି ଅନେକ ମେଡ଼ିକାଲରେ ଆହତଙ୍କୁ ଚିକିତ୍ସା କରାଯାଉଛି । ଅନେକ ଲୋକ ନିଖୋଜ ଥିବା ନେଇ ପରିବାର ଲୋକ ଅଭିଯୋଗ କରୁଛନ୍ତି । ତେବେ ଦିଲ୍ଲୀର ମହମ୍ମଦ ହନିଫ୍ ନାମକ ଜଣେ ବ୍ୟକ୍ତି ବିଭିନ୍ନ ରାଜ୍ୟରେ ପାଣି ପାଇପ କାମ କରନ୍ତି । ଦୁର୍ଘଟଣା ପରଠାରୁ ତାଙ୍କ ପରିବାର ତାଙ୍କର କୌଣସି ଖବର ପାଉନାହାନ୍ତି । ହନିଫଙ୍କ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଛନ୍ତି । ଏହାରି ଭିତରେ ହନିଫ ଏକ ମେଡ଼ିକାଲ ବେଡରେ ବସିଥିବାର ଟିଭିରେ ଦେଖିବା ପରେ ପରିବାର ଲୋକ କଟକ ଅସିଛନ୍ତି । ମୋବାଲରେ ଭାଇର ଫଟୋ ଦେଖାଇ ଖୋଜଖୋଜି କରୁଛନ୍ତି ।