କନକ ବ୍ୟୁରୋ: ସାମାନ୍ୟ କଳହରୁ ଭାଇକୁ ମାରିଲା ଭାଇ । ଭବାନୀପାଟଣା ଟାଉନ ଥାନା ଅନ୍ତର୍ଗତ ବିବିସିପଡ଼ାର ମହେନ୍ଦ୍ର ବାଗ ନିଜ ବଡ଼ ଭାଇ ଗଣେଶ ବାଗଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଦୁଇ ଭାଇଙ୍କ ଭିତରେ ସାମାନ୍ୟ ବଚସା ହେବାରୁ ଏକ ପେଚକସରେ ଆକ୍ରମଣ କରିଥିଲେ ମହେନ୍ଦ୍ର ବାଗ୍ । ଘଟଣା ସ୍ଥଳରେ ହିଁ ଗଣେଶଙ୍କର ମୃତ୍ୟୁ ହୋଇଥିବା ବେଳେ ମହେନ୍ଦ୍ର ଟାଉନ ଥାନାରେ ଆତ୍ମସମର୍ପଣ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସାମାନ୍ୟ କଳିରୁ ଭାଇକୁ ମାରିଦେଲା ଭାଇ । ସାନଭାଇର ପେଚକସ୍ ଆକ୍ରମଣରେ ଗଲା ବଡଭାଇର ଜୀବନ ।
/kanak/media/post_attachments/wp-content/uploads/2023/12/murder-1.jpg)