କନକ ବ୍ୟୁରୋ: ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀକୁ ହତ୍ୟା । ଏଭଳି ଜଘନ୍ୟକାଣ୍ଡ ଘଟିଛି ବ୍ରହ୍ମପୁର ବଡ଼ବଜାର ଥାନା ଜଗନ୍ନାଥବିହାର ଅଞ୍ଚଳରେ । ୧୩ ବର୍ଷର ସମ୍ପର୍କୀୟ ଭଉଣୀକୁ ଖଣ୍ଡାରେ ହାଣି ହତ୍ୟା କରିଛି ସୈତାନ ଭାଇ । ମୃତକ ହେଲେ ପ୍ରଜକ୍ତା ପାଣିଗ୍ରାହୀ । ପ୍ରକକ୍ତାଙ୍କ ନିଜ ଭାଇ ଆୟୁଷ୍ମାନ ମଧ୍ୟ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଛି । ଆୟୁଷ୍ମାନକୁ ଚିକିତ୍ସା ପାଇଁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଘରର ଉପର ମହଲାରେ ଦୁଇ ଭାଇ ଭଉଣୀ ଥିବା ବେଳେ ସମ୍ପର୍କୀୟ ଭାଇ ଆଶୁତୋଷ ପାଣିଗ୍ରାହୀ ଆକ୍ରମଣ କରି ଫେରର ହୋଇଯାଇଛି । ତେବେ ଆକ୍ରମଣର କାରଣ ଜଣାପଡ଼ି ନାହିଁ । ବଡ଼ବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।