କନକ ବ୍ୟୁରୋ: ଯେଉଁ ହାତରେ ଦିନେ ରାକ୍ଷୀ ବାନ୍ଧିଥିଲେ। ଆଉ ସାରା ଜୀବନ ପାଇଁ ଭାଇଙ୍କଠାରୁ ସୁରକ୍ଷା ଚାହୁଁଥିଲା ଭଉଣୀ । ହେଲେ ରାକ୍ଷୀ ପୂର୍ଣ୍ଣିମାରେ ସେହି ହାତରେ ଜୀବନ ଗଲା। ଭଉଣୀର ହତ୍ୟାକାରୀ ପାଲଟିଯାଇ ଭାଇ । ଏଭଳି ଜଘନ୍ୟକାଣ୍ଡ ଘଟିଛି ବ୍ରହ୍ମପୁର ବଡ଼ବଜାର ଥାନା ଜଗନ୍ନାଥବିହାର ଅଞ୍ଚଳରେ। ୧୩ ବର୍ଷର ସମ୍ପର୍କୀୟ ଭଉଣୀକୁ ଖଣ୍ଡାରେ ହାଣି ହତ୍ୟା କରିଛି ସୈତାନ ଭାଇ। ମୃତକ ହେଲେ ପ୍ରଜକ୍ତା ପାଣିଗ୍ରାହୀ। ପ୍ରକକ୍ତାଙ୍କ ନିଜ ଭାଇ ଆୟୁଷ୍ମାନ ମଧ୍ୟ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଛି । ଆୟୁଷ୍ମାନକୁ ଚିକିତ୍ସା ପାଇଁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଘରର ଉପର ମହଲାରେ ଦୁଇ ଭାଇ ଭଉଣୀ ଥିବା ବେଳେ ସମ୍ପର୍କୀୟ ଭାଇ ଆଶୁତୋଷ ପାଣିଗ୍ରାହୀ ଆକ୍ରମଣ କରି ଫେରର ହୋଇଯାଇଛି। ତେବେ ଆକ୍ରମଣର କାରଣ ଜଣାପଡ଼ି ନାହିଁ । ବଡ଼ବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।