ଶିବାନୀ ହତ୍ୟାକାଣ୍ଡ ଉପରୁ ହଟିଲା ପରଦା । ପ୍ରେମିକ ନୁହେଁ ବରଂ ଭାଉଜ ହିଁ ହତ୍ୟାକାରୀ । ନଣନ୍ଦର ତଟିଂ କାଟିଥିଲା ଭାଉଜ, ଜବତ ହେଲା ହତ୍ୟାରେ ବ୍ୟବହୃତ ଛୁରୀ ।

2,102

କନକ ବ୍ୟୁରୋ : ବାଲୁଗାଁ କାବେରୀ ହତ୍ୟାକାଣ୍ଡରେ ସାମନାକୁ ଆସିଲା ଚାଂଚଲ୍ୟକର ତଥ୍ୟ । ଭାଉଜ ବନିଲା ଭିଲେନ । ଏକତରଫା ପ୍ରେମ ପାଇଁ ନୁହେଁ ନିଜେ ଭାଉଜ ହିଁ ଘଟାଇଛି ଏହି ନୃଶଂସ ହତ୍ୟାକାଣ୍ଡ । ନଣନ୍ଦର ତଂଟି କାଟି ହତ୍ୟା କରିଛି ଭାଉଜ । ଆଉ ପୋଲିସ ଆଗରେ ଏହା ସ୍ୱିକାର କରିଛି ହତ୍ୟାକାରୀ ।

ଶିବାନୀ ହତ୍ୟାକାଣ୍ଡ ଉପରୁ ହଟିଲା ପରଦା । ନଣନ୍ଦର ତଟିଂ କାଟିଛି ଭାଉଜ । ଝିମିଟି ଖେଳରୁ ମହାଭାରତ ପରି ନିଜେ ଭାଉଜ ହିଁ ହତ୍ୟା କରିଛି ନଣନ୍ଦର । ଆଉ ସାମାନ୍ୟ ଘଟଣାକୁ ନେଇ ଘଟିଥିଲା ଏହି ହତ୍ୟାକାଣ୍ଡ ।

କାବେରୀ ବେହେରା । ବାଲୁଗାଁ କଲେଜର ଯୁକ୍ତ ୨ ଛାତ୍ରୀ । ଟିଭି ଦେଖିବା ସମୟରେ ନଣନ୍ଦ ଶିବାନୀ ଏବଂ ଭାଉଜ କାବେରୀ ମଧ୍ୟରେ ହୋଇଥିଲା ପାଟିତୁଣ୍ଡ । ଆଉ ପାଟିତୁଣ୍ଡ ଏତେ ଉଗ୍ର ହୋଇଥିଲା ଯେ ଅତ୍ୟଧିକ ରାଗିଯାଇଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ଏକ ଧାରୁଆ ଛୁରିରେ ନଣନ୍ଦର ବେକ କାଟିଦେଲା ଭାଉଜ । ତନାଘନା ତଦନ୍ତ ପରେ ପୋଲିସ ଏହି ସୂଚନା ଦେଇଛି ।

ପୁରା କାହାଣୀ ଥିଲା କିଛି ଏହିପରି । ଶିବାନୀଙ୍କ ଭାଇକୁ ବିବାହ କରିଥିଲେ କାବେରୀ । ଆଉ ଯୌତୁକକୁ ନେଇ ନଣନ୍ଦ ଏବଂ ଭାଉଜଙ୍କ ମଧ୍ୟରେ ବାରମ୍ବାର କଥା କଟିକଟି ହୋଇଆସୁଥିଲା । ଏପରିକି ଭାଉଜ ଟିଭି ଆଣିନଥିବାରୁ ଟିଭି ଦେଖିବାକୁ ବିରୋଧ କରୁଥିଲେ ନଣନ୍ଦ । ପୂର୍ବରୁ ନିଜେ ଭାଉଜ ନଣନ୍ଦଙ୍କ ସହିତ ଆଉ କେବେ ପାଟିତୁଣ୍ଡ କରିବେ ନାହିଁ ବୋଲି ଲିଖିତ ଆକାରରେ ଦେଇଥିଲେ । ଆଉ ଶନିବାର ଟିଭି ଦେଖିବା ସମୟରେ ନଣନ୍ଦଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଭାଉଜ ।

ହତ୍ୟାକାଣ୍ଡ ପରେ ଝିଅର ପ୍ରେମିକ ଏପରି କରିଛି ବୋଲି ରୂପ ଦେଇଥିଲେ ଭାଉଜ । ତେବେ ଏକତରଫା ପ୍ରେମ ନୁହଁ, ନିଜେ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି ଭାଉଜ । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ଜବତ କରିଛି ପୋଲିସ । ଖୋର୍ଦ୍ଧା ପୋଲିସ ଓ ସାଇଂଟିଫିକ୍ ଟିମର ତଦନ୍ତ ପରେ ସାମନାକୁ ଆସିଛି ଏହି ସାଂଘାତିକ ସତ ।