ବିଚ୍ ରାସ୍ତାରେ ଭାଇକୁ ଗୋଡାଇ ଗୋଡାଇ ହାଣିଲା ଭାଇ: ଅଟକାଇବାରୁ ପୋଲିସକୁ ମାରିଲା ଧକ୍କା 

ବିଚ୍ ରାସ୍ତାରେ ଭାଇକୁ ଗୋଡାଇ ଗୋଡାଇ ହାଣିଲା ଭାଇ: ଅଟକାଇବାରୁ ପୋଲିସକୁ ମାରିଲା ଧକ୍କା 

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଦିନ ଦ୍ୱିପହରରେ ଭାଇକୁ ଭାଇର ଆକ୍ରମଣ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ସ୍ଥାନୀୟ ଲୋକଙ୍କ ସାମ୍ନାରେ ଏହିସବୁ ଘଟଣା ଘଟିଥିଲା । ସାନ ଭାଇ ଦିପୁନା ନିଜ ବଡ ଭାଇ ଚନ୍ଦ୍ରକାନ୍ତକୁ କଟୁରୀ ଧରି ଆକ୍ରମଣ କରୁଥିଲେ । ପୋଲିସ ଉପସ୍ଥିତିରେ ଏହି ଘଟଣା ଘଟିଥିଲା । ଜମିବାଡି ଗଣ୍ଡଗୋଳକୁ କେନ୍ଦ୍ର କରି ସାନ ଭାଇ ଏଭଳି ମରମାନ୍ତକ ଆକ୍ରମଣ କରିଥିଲା । ଏହି ଦୃଶ୍ୟ ଜଣେ ମୋବାଇଲ କ୍ୟାମେରାରେ ରେକର୍ଡ କରିଥିଲେ । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କିନ୍ତୁ ଟିଭି ପରଦାରେ ଏହି ଭୟଙ୍କର ଦୃଶ୍ୟ ଦେଖାଇବା ସମ୍ଭବ ନୁହେଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe