କୁନି ବୟସରେ ନିଆରା ନିଶା : ଗଭୀର ଜଳରେ ଘଂଟା ଘଂଟା ଧରି ପହଁରିବାରେ ଅଭ୍ୟସ୍ତ ଆଠଗଡ଼ କାଦୁଆ ନୁଆଗାଁର କୁନି ଭାଇ ଭଉଣୀ, ପ୍ରୋତ୍ସାହନ ମିଳିଲେ ଉଜ୍ଜଳ ଭବିଷ୍ୟତର ସମ୍ଭାବନା

Advertisment
କୁନି ବୟସରେ ନିଆରା ନିଶା : ଗଭୀର ଜଳରେ ଘଂଟା ଘଂଟା ଧରି ପହଁରିବାରେ ଅଭ୍ୟସ୍ତ ଆଠଗଡ଼ କାଦୁଆ ନୁଆଗାଁର କୁନି ଭାଇ ଭଉଣୀ, ପ୍ରୋତ୍ସାହନ ମିଳିଲେ ଉଜ୍ଜଳ ଭବିଷ୍ୟତର ସମ୍ଭାବନା

କନକ ବ୍ୟୁରୋ : ପିଲାଦିନୁ ଗଭୀର ପାଣିରେ ପହଁରି ପରିଚୟ ସୃଷ୍ଟି କରିଛନ୍ତି ଦୁଇ ଭାଇଭଉଣୀ । କଟକ ଜିଲ୍ଳା ଆଠଗଡ଼ କାଦୁଆ ନୁଆଗାଁର ଏହି ଦୁଇ ଭାଇଭଉଣୀ ଗଭୀର ପାଣିରେ ଘଂଟା ଘଂଟା ଧରି ପହଁରି ସ୍ଥାନୀୟ ଅଂଚଳରେ ବିସ୍ମୟ ସୃଷ୍ଟି କରିଛନ୍ତିି । ମାତ୍ର ୬ରୁ ୭ବର୍ଷ ବୟସରେ ଭାଇ ଭଉଣୀଙ୍କ ଏଭଳି ନିଆରା ନିଶା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗଭୀର ପାଣିରେ ଘଂଟା ଘଂଟା ଧରି ପହଁରିବାର ଦକ୍ଷତା ରହିଛି ଏମାନଙ୍କ ପାଖରେ ।

publive-image

ଭଉଣୀ ବର୍ଷାର ବୟସ ମାତ୍ର ୯ବର୍ଷ ହୋଇଥିବା ବେଳେ ଭାଇ ଆକାଶର ବୟସ ୬ବର୍ଷ । ଭଉଣୀର ପହଁରିବାର ନିଶାକୁ ଅନୁକରଣ କରି ଭାଇ ଆକାଶ ମଧ୍ୟ ପହଁରିବାରେ ଅଭ୍ୟସ୍ତ । ତେବେ ତାଙ୍କ ବାପା ଜଣେ ଦିନମଜୁରିଆ ହୋଇଥିବା ବେଳେ ସେମାନଙ୍କ ଭବିଷ୍ୟତକୁ ନେଇ ବେଶ ଚିନ୍ତିତ । ସରକାରୀ ପ୍ରୋତ୍ସାହନ ମିଳିଲେ ଏମାନଙ୍କର ଏକ ଉତ୍ତମ ଭବିଷ୍ୟତ ଗଢାଯାଇପାରିବ ବୋଲି କୁହାଯାଉଛି ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe