ରାକ୍ଷୀ ପୂର୍ଣ୍ଣିମାରେ ଲିଭିଗଲା ଭାଇ ଭଉଣୀଙ୍କ ଜୀବନ ଦୀପ । ସମ୍ପର୍କର ସୂତା ବନ୍ଧା ସରିବା ପରେ ବଜ୍ରାଘାତରେ ଆଖିବୁଜିଲେ ଭାଇଭଉଣୀ । ରାକ୍ଷୀ ପୂର୍ଣ୍ଣିମାରେ ସୋରରୁ ଆସିଲା ଆଖିଭିଜା କାହାଣୀ...

Advertisment
ରାକ୍ଷୀ ପୂର୍ଣ୍ଣିମାରେ ଲିଭିଗଲା ଭାଇ ଭଉଣୀଙ୍କ ଜୀବନ ଦୀପ । ସମ୍ପର୍କର ସୂତା ବନ୍ଧା ସରିବା ପରେ ବଜ୍ରାଘାତରେ ଆଖିବୁଜିଲେ ଭାଇଭଉଣୀ । ରାକ୍ଷୀ ପୂର୍ଣ୍ଣିମାରେ ସୋରରୁ ଆସିଲା ଆଖିଭିଜା କାହାଣୀ...

କନକ ବ୍ୟୁରୋ: ରାକ୍ଷୀ ପୂର୍ଣ୍ଣିମାରେ ଲିଭିଗଲା ଭାଇ ଭଉଣୀଙ୍କ ଜୀବନ ଦୀପ । ସମ୍ପର୍କର ଖିଅ ବନ୍ଧା ହେବା ଆଗରୁ ଛିଡିଗଲା ସ୍ନେହର ସୂତା । ଭାଇ ଥିଲା, ଭଉଣୀ ବି ଥିଲା ହେଲେ ଭାଗ୍ୟ ଖେଳିଲା ବିଚିତ୍ର ଖେଳ । ରାକ୍ଷୀ ବାନ୍ଧି ସାରି ଭାଇ ଭଉଣୀ ଯେତେବେଳେ ଖୁସି ମଜା କରୁଥିଲେ ଠିକ ସେତିକି ବେଳେ ସମ୍ପର୍କକୁ ମାରିଦେଲା ସ୍ୱର୍ଗର ବିଜୁଳି । ଆଉ ନେଇଗଲା ଭାଇଭଉଣୀଙ୍କ ଜୀବନ ।

ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ମଣ୍ଡ ଗାଁରେ ଆଜି ରାକ୍ଷୀ ପୂର୍ଣ୍ଣିମାରେ ଘଟିଛି ଆଖି ଭିଜିଲା ଭଳି କାହାଣୀ  । ଗାଁର ଭାସ୍କର ବେହେରାଙ୍କ ୧୨ ବର୍ଷର ଝିଅ ଆଶା ସେହି ଗାଁର ନିରଞ୍ଜନ ଦଳେଇଙ୍କ ୧୫ ବର୍ଷର ପୁଅ ସୁଶାନ୍ତଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ ତାଙ୍କ ଘରକୁ ଯାଇଥିଲା । ହେଲେ ରାକ୍ଷୀ ବାନ୍ଧିସାରି ଭାଇ ଭଉଣୀ ଖାଉଥିବା ବେଳେ ହଠାତ ମାରିଥିଲା ବିଜୁଳି ଆଉ ବଜ୍ରାଘାତର ବଜ୍ର ପ୍ରହାରରେ ଭାଙ୍ଗିଗଲା ଭାଇଭଉଣୀଙ୍କ ବନ୍ଧନ । ଘଟଣାସ୍ଥଳରେ ଆଶା ଏବଂ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ରାକ୍ଷୀ ପୂର୍ଣ୍ଣିମାରେ ସମ୍ପର୍କର ସୂତା ଛିଡାଇ ଭାଇଭଉଣୀଙ୍କ ସହ ଭାଗ୍ୟ ଯେଉଁ ଖେଳ ଖେଳିଲା ତାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe