କନକ ବ୍ୟୁରୋ: ସବୁ ସାରିଦେଲା ସାଲୁଙ୍କି ନଦୀ । ନଦୀରେ ଗାଧୋଉଥିବା ବେଳେ ବୁଡିଗଲେ ଭାଇଭଉଣୀ । ଯୁଧିଷ୍ଠିର ଦେହୁରୀଙ୍କ ୨ ନାବାଳକ ପୁଅ ଝିଅ ଗାଧୋଇବା ବେଳେ ବୁଡିଯାଇ ମୃତ୍ୟୁବରଣ କରିଛନ୍ତି । କନ୍ଧମାଳ ଜିଲ୍ଲା ଛତିଝାର ଗାଁରେ ଘଟିଛି ଏଭଳି ଅଘଟଣ ।
ତେବେ ବଡ ମାଙ୍କ ସହ ପାଖ ସାଲୁଙ୍କି ନଦୀକୁ ଗାଧେଇବାକୁ ଯାଇଥିବା ବେଳେ ପାଣିରେ ବୁଡିଯାଇଥିଲେ ଭାଇଭଉଣୀ । ବହୁ ଖୋଜାଖୋଜି ପରେ ଗାଁଠୁ କିଛି ଦୂରରେ ଦୁହେଁ ଭାସୁଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ । ସେମାନଙ୍କୁ ଉଦ୍ଧାର କରାଯାଇ ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ବି ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଭାଇକୁ ୫ ବର୍ଷ ହୋଇଥିବା ବେଳେ ଭଉଣୀକୁ ୪ ବର୍ଷ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/04/14-17.jpg)